ମୁମ୍ବାଇ: ହିନ୍ଦୀ ସିନେମା ଜଗତର ମହାନାୟ ଅମିତାଭ ବଚ୍ଚନ ସୋମବାର ବଲିଉଡରେ ନିଜର 52 ବର୍ଷର ଯାତ୍ରା ପୂରଣ କରିଛନ୍ତି । ଏହି ଅବସରରେ ସେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇବା ସହ ସ୍ପେଶାଲ କଥା ମଧ୍ୟ ଲେଖିଛନ୍ତି । 52 ବର୍ଷର ବଲିଉଡ ଯାତ୍ରା ମଧ୍ୟରେ ବିଗ୍ ବି ଦେଇଛନ୍ତି ଅନେକ ବ୍ଲକବଷ୍ଟର ଫିଲ୍ମ । ତାଙ୍କ ଅଭିନୟ, ଦମଦାର ଡାଇଲଗକୁ ଏଯାବତ କେହି ମଧ୍ୟ କପି କରିପାରିନାହାଁନ୍ତି । ସେଥିପାଇଁ ତ ତାଙ୍କୁ ବଲିଉଡର ଲିଜେଣ୍ଡ ଆକ୍ଟର ମଧ୍ୟ କୁହାଯାଏ । ତେବେ ତାଙ୍କ ଡେବ୍ୟୁ ଫିଲ୍ମ ଥିଲା ‘ସାତ୍ ହିନ୍ଦୁସ୍ତାନୀ’ । ଯାହା 1969ରେ ରିଲିଜ ହୋଇଥିଲା ।
ସେପଟେ ଫିଲ୍ମରୁ ନିଜର ଏକ ପୁରୁଣା ଫଟୋ ଟ୍ବିଟରରେ ସେୟାର କରି ସେ ଲେଖିଥିଲେ, ‘ଆଜିର ଦିନରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲି । 1969 ଫେବୃଆରୀ 16 । 52 ବର୍ଷ । ଆପଣଙ୍କୁ ଧନ୍ୟବାଦ ।’
-
aaj hi ke din film industry mein pravesh kiya tha .. Feb 15, 1969 .. 52 years !! aabhaar https://t.co/bEIWYWCmBc
— Amitabh Bachchan (@SrBachchan) February 15, 2021 " class="align-text-top noRightClick twitterSection" data="
">aaj hi ke din film industry mein pravesh kiya tha .. Feb 15, 1969 .. 52 years !! aabhaar https://t.co/bEIWYWCmBc
— Amitabh Bachchan (@SrBachchan) February 15, 2021aaj hi ke din film industry mein pravesh kiya tha .. Feb 15, 1969 .. 52 years !! aabhaar https://t.co/bEIWYWCmBc
— Amitabh Bachchan (@SrBachchan) February 15, 2021
ପ୍ରକାଶ ଥାଉକି ପ୍ରଥମେ ଫ୍ଲପ୍ ଫିଲ୍ମରୁ ଆରମ୍ଭ ହୋଇଥିଲା ଅମିତାଭଙ୍କ କ୍ୟାରିୟର । 1969ରେ ‘ସାତ୍ ହିନ୍ଦୁସ୍ତାନୀ’ ଆସିବା ପରେ ତାଙ୍କ ହାତରେ ଲାଗିଥିଲା ଦ୍ବିତୀୟ ଫିଲ୍ମ ‘ବମ୍ବେ ଟୁ ଗୋଆ’ । ଯାହା 1917ରେ ରିଲିଜ ହୋଇଥିଲା । ଏ ଫିଲ୍ମ ମଧ୍ୟ ତାଙ୍କର ଫ୍ଲପ୍ ଫିଲ୍ମ ଥିଲା । ହେଲେ 1973ରେ ରିଲିଜ ହୋଇଥିବା ଫିଲ୍ମ ‘ଜଞ୍ଜୀର’ରୁ ତାଙ୍କ ମିଳିଥିଲା ସୁପରଷ୍ଟାରର ଆଖ୍ୟା । ଏହା ପରେ ବଢିଚାଲିଥିଲା ତାଙ୍କ ଚାହିଦା ।