ETV Bharat / sitara

ବିଏମସିକୁ 50 ଅକ୍ସିଜେନ କନସେନଟ୍ରେରର ଦାନ କଲେ ବିଗ୍ ବି - ମହାନାୟକ ଅମିତାଭ ବଚ୍ଚନଙ୍କ 2 କଟୋ ଦାନ

ଅମିତାଭ ବଚ୍ଚନଙ୍କ ମହାନତା । କୋରୋନା ସଙ୍କଟ ସହ ଲଢିବା ପାଇଁ ଦାନ କରିବାରେ ଲାଗିଛନ୍ତି ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
author img

By

Published : May 15, 2021, 1:58 PM IST

Updated : May 15, 2021, 2:14 PM IST

ମୁମ୍ବାଇ: ନିକଟରେ ଦିଲ୍ଲୀ ଗୁରଦ୍ବାରରେ ନିର୍ମାଣ ହୋଇଥିବା କୋଭିଡ କେୟାର ସେଣ୍ଟରକୁ 2 କୋଟି ଦାନ କରିଥିଲେ ମହାନାୟକ ଅମିତାଭ ବଚ୍ଚନ । ଆଉ ଏବେ 50 ଅକ୍ସିଜେନ କନସେନଟ୍ରେରର କିଣି ଚର୍ଚ୍ଚାରେ ଅଭିନେତା । ସେ ଦେଶବାସୀଙ୍କ ସେବା କରିବା ପାଇଁ ସବୁ ସମ୍ଭବ ଚେଷ୍ଟା କରୁଥିବାର ନଜର ଆସୁଛନ୍ତି । ଏଥର ସେ ନିଷ୍ପତ୍ତି ନେଇଥିଲେ ଅକ୍ସିଜେନ କନସେନଟ୍ରେରର ଦାନ କରିବାକୁ । କାରଣ ଅକ୍ସିଜେନ ଅଭାବରୁ ଦେଶରେ ଚାଲିଗଲାଣି ଅନେକଙ୍କ ଜୀବନ ।

ଏହାକୁ ଦୃଷ୍ଟିରେ ରଖି ଅମିତାଭ ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ(ବିଏମସି)କୁ ଅକ୍ସିଜେନ କନସେନଟ୍ରେରର ଦାନ କରିଛନ୍ତି । 50 ଅକ୍ସିଜେନ କନସେନଟ୍ରେରର ସେ ପୋଲାଣ୍ଡରୁ କିଣିଛନ୍ତି । ଯାହାର ଅନୁଭୂତି ସେ ନିଜ ବ୍ଲଗରେ ସେୟାର ମଧ୍ୟ କରିଛନ୍ତି ।

ଯେଉଁଥିରେ ସେ ଲେଖିଛନ୍ତି, ‘ମୋ ପ୍ରତି ଅତ୍ୟଧିକ ଦୟାଳୁପଣ ଦେଖାଇବା ପାଇଁ ପୋଲାଣ୍ଡର ସରକାରୀ, ୱରୋକ୍ଲା ସହରର ମେୟର, ୱାର୍ସରେ ଭାରତର ରାଷ୍ଟ୍ରଦୂତ ଏବଂ ବହୁ ପୋଲାଣ୍ଡ ଏୟାରଲାଇନ୍ସକୁ ଅଶେଷ ଅଶେଷ ଧନ୍ୟବାଦ। ଅକ୍ସିଜେନ କନସେନଟ୍ରେଟର ଜରୁରୀ ଆବଶ୍ୟକତା ପାଇଁ ସେହି ସ୍ଥାନଗୁଡିକର ସାଧାରଣତଃ ଜଣାଶୁଣା । ଏଗୁଡିକ କିଣିବା କଷ୍ଟକର ଥିଲା ଏବଂ ଯେତେବେଳେ ମୁଁ ସେଗୁଡିକ ହାସଲ କରିବା ପାଇଁ କୌଣସି ତତକ୍ଷଣାତ୍ ଉତ୍ସ ପାଇ ନଥିଲି । ତେବେ ମୁଁ ମୋର ବନ୍ଧୁ ଏବଂ ୱରୋକ୍ଲାରେ ଥିବା ଭାରତୀୟ କନସୁଲ୍‌ର ସହଯୋଗ ପାଇଥିଲି ।’

Last Updated : May 15, 2021, 2:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.