ETV Bharat / sitara

କାମକୁ ଫେରିଲେ ବିଗ ବି

author img

By

Published : Mar 13, 2021, 7:24 AM IST

ଗୋଟିଏ ସପ୍ତାହ ରେଷ୍ଟ ନେବା ପରେ ନୂଆ ପ୍ରୋଜେକ୍ଟକୁ ଫେରିଛନ୍ତି ଅମିତାଭ । ନିକଟରେ ସେ ମୋତିଆବିନ୍ଦୁ ଅପରେସନ କରିଥିଲେ । ଏବ ଦେଲେ ଗୁଡନ୍ୟୁଜ । ଅଧିକ ପଢନ୍ତୁ...

କାମକୁ ଫେରିଲେ ଅମିତାଭ
କାମକୁ ଫେରିଲେ ଅମିତାଭ

ମୁମ୍ବାଇ: ନିକଟରେ ବିଗ ବି ଅମିତାଭ ବଚ୍ଚନଙ୍କ ମୋତିଆବିନ୍ଦୁ ଅପରେସନ ହୋଇଥିଲା । ଆଉ ଏବେ ତାଙ୍କୁ ନେଇ ଖୁସି ଖବର ଶୁଣିବାକୁ ମିଳୁଛି । ଏକ ସପ୍ତାହ ପରେ ସେ କାମକୁ ଫେରିଛନ୍ତି । ଯାହାକୁ ନେଇ ଖୁସି ତାଙ୍କ ଫ୍ୟାନ୍ସ । କାମକୁ ଫେରିବାର ସୂଚନା ସେ ସୋସିଆଲ ମିଡିଆରେ ଦେଇଛନ୍ତି । ଆଉ ନିଜ ନୂଆ ପ୍ରୋଜେକ୍ଟର କାମ ଆରମ୍ଭ କରିଦେଇଛନ୍ତି ସେ । ଯାହାର ଝଲକ ସେୟାର କରିଛନ୍ତି । ସେପଟେ ତାଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ତାଙ୍କ ପୋଷ୍ଟରେ କମେଣ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ଅମିତାଭ କ୍ୟାପସନରେ ଲେଖିଛନ୍ତି, ‘ଯଦି ସଙ୍ଗୀତ ପ୍ରେମର ଭୋଜନ ଅଛି, ତେବେ ମତେ ତାହା ବିଷୟରେ ସୂଚନା ଦିଅ ।’

ପ୍ରକାଶ ଥାଉକି ବର୍ତ୍ତମାନ ଚର୍ଚ୍ଚାରେ ତାଙ୍କ ଫିଲ୍ମ ମଲ୍ଟି ଷ୍ଟାରର ଫିଲ୍ମ ‘ଚେହରେ’ । ଏହି ଫିଲ୍ମରେ ସେ ପ୍ରଥମଥର ବି-ଟାଉନର ସିରିୟଲ କିସର ଇମ୍ରାନ ହାସମୀଙ୍କ ସହ ନଜର ଆସିବେ । ଫିଲ୍ମର ପୋଷ୍ଟର ସହ ଟିଜର ମଧ୍ୟ ରିଲିଜ ହୋଇଯାଇଛି । ସେହିପରି ଆସନ୍ତା ମାସ 9ରେ ରିଲିଜ ହେବ ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.