ETV Bharat / sitara

ଅକ୍ଷୟଙ୍କୁ ବୟକଟ ଡର, ଲକ୍ଷ୍ମୀବମ ପାଇଁ ଆପଣାଇଲେ ନୂଆ ଟେକନିକ

ପ୍ରଥମଥର ଏମିତି ଦେଖିବାକୁ ମିଳୁଛି ଯେ ୟୁଟ୍ୟୁବ ଲାଇକ ଓ ଡିସଲାଇକ ଅପଶନକୁ ହଟାଇ ଦିଆଯାଇଛି । ଆଉ ଏହା ଚର୍ଚ୍ଚିତ ଫିଲ୍ମ ‘ଲକ୍ଷ୍ମୀବମ’ର ମେକର୍ସ କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
author img

By

Published : Oct 9, 2020, 7:28 PM IST

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଲକ୍ଷ୍ମୀବମ’ର ଦମଦାର ଟ୍ରେଲର ରିଲିଜ ହୋଇଯାଇଛି । 3 ମିନିଟ୍‌ର ଏହି ଟ୍ରେଲରକୁ ଦର୍ଶକଙ୍କ ଠାରୁ ଶାନଦାର ପ୍ରତିକ୍ରିୟା ମିଳିବାରେ ଲାଗିଛି । ଫିଲ୍ମରେ ଅକ୍ଷୟ ପ୍ରଥମଥର କିନ୍ନର ଭୂମିକାରେ ନଜର ଆସିବେ । ଯାହାର ଝଲକ ଟ୍ରେଲରରେ ଦେଖିବାକୁ ମିଳୁଛି । ହେଲେ ଫିଲ୍ମ ଟିମକୁ ଲାଇକ ଓ ଡିସଲାଇକ ସମସ୍ୟା ଘାରିଛି । ଯାହା ପାଇଁ ଏକ ଉପାୟ ବାହାର କରିଛନ୍ତି ‘ଲକ୍ଷ୍ମୀବମ’ ଟିମ । ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ।

କଥାଟି ହେଲା ଯେ ୟୁଟ୍ୟୁବରୁ ‘ଲକ୍ଷ୍ମୀବମ’ ଟ୍ରେଲର ଲାଇକ ଓ ଡିସଲାଇକ ଅପଶନ ହଟାଇ ଦିଆଯାଇଛି । ଟ୍ରେଲର ଦେଖି ଆପଣ ଲାଇକ କିମ୍ବା ଡିସଲାଇକ କରିପାରିବେ, ହେଲେ ପରେ ଏହା ଜଣାପଡିବ ନାହିଁ କେତେ ଦର୍ଶକ ଏହାକୁ ଲାଇକ କରିଛନ୍ତି ଆଉ କେତେ ଡିସଲାଇକ ।

ପ୍ରକାଶ ଥାଉକି ବଲିଉଡରେ ଡ୍ରଗ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇଥିଲେ ଅକ୍ଷୟ । ଯାହାପରେ ‘ଲକ୍ଷ୍ମୀବମ’ ଫିଲ୍ମକୁ ବୟକଟ କରିବା ପାଇଁ ଦାବି କରାଯାଇଥିଲା । ତାଙ୍କ ଅନୁଯାୟୀ ବଲିଉଡରେ ଡ୍ରଗ୍ସ ନିଆଯାଏ ହେଲେ ସମସ୍ତଙ୍କୁ ଏକାପରି ମାନିବା ଠିକ୍ କଥା ନୁହେଁ । ତାଙ୍କ ଏହି ବୟାନରେ କ୍ରୋଧିତ ହୋଇ କିଛି ୟୁଜର୍ସ କହିଥିଲେ ସେ ବଲିଉଡରେ ଚାଲିଥିବା ଡ୍ରଗ୍ସ କାରବାରକୁ ସମର୍ଥନ କରୁଛନ୍ତି । ସେଥିପାଇଁ ତାଙ୍କ ଫିଲ୍ମକୁ ବୟକଟ କରାଯିବା କଥା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.