ETV Bharat / sitara

କାହିଁକି ପାର୍ଟିରେ ସାମିଲ ହୁଅନ୍ତିନି ଖିଲାଡୀ, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

author img

By

Published : Nov 17, 2020, 12:16 PM IST

ଭାଇରାଲ ହେଲା କପିଲଙ୍କ ଶୋର ପୁରୁଣା ଭିଡିଓ । ‘ମିଶନ ମଙ୍ଗଲ’ ଷ୍ଟାରକାଷ୍ଟଙ୍କ ସହ ନଜର ଆସିଲେ ଅକ୍ଷୟ । ଖୁଲାସା ହେଲା ପାର୍ଟିରେ ସାମିଲ ନହେବା କାରଣ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ବଲିଉଡର ଏମିତି ଅଭିନେତା ଯିଏ ସବୁବେଳେ ନିୟମରେ ଚାଲିବାକୁ ପସନ୍ଦ କରନ୍ତି । ଠିକ୍ ସମୟରେ ଉଠିବା, ୱାର୍କଆଉଟ କରିବା ଓ ଖାଇବା ପିଇବା ଉପରେ ସେ ନିୟମିତ ଧ୍ୟାନ ଦିଅନ୍ତି । ଏହି କାରଣ ପାଇଁ ସେ ଲେଟନାଇଟ ପାର୍ଟି କରିବାକୁ ମଧ୍ୟ ଭଲ ପାଆନ୍ତି ନାହିଁ । ସେ ଅନେକ ଥର କହିସାରିଛନ୍ତି ଯେ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରୁହନ୍ତି ନାହିଁ । ଏଥିପାଇଁ ସେ କୌଣସି ପାର୍ଟିରେ ସାମିଲ ହେବାକୁ ଭଲ ପାଆନ୍ତିନି । ହେଲେ ଇତିମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ । ଯେଉଁଥିରେ ତାଙ୍କ ପାର୍ଟିରେ ସାମିଲ ନହେବା କାରଣ ସମସ୍ତଙ୍କ ସାମ୍ନାକୁ ଆସିଛି । ଯାହାକୁ ନେଇ ଆଶ୍ଚର୍ଯ୍ୟ ଫ୍ୟାନ୍ସ ।

କଥାଟି ହେଲା ଯେ ‘ମିଶନ ମଙ୍ଗଲ’ ସମୟରେ ଛୋଟ ପରଦାର କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋକୁ ନିଜ ସହ-କଳାକାରଙ୍କ ସହ ପହଞ୍ଚିଥିଲେ ଅକ୍ଷୟ । ଯେଉଁଠାରେ ତାଙ୍କୁ କପିଲ କଥିଲେ ଯେ ଚର୍ଚ୍ଚା ଏମିତି ହୁଏ କି ଆପଣ ଅନ୍ୟଙ୍କ ପାର୍ଟିରେ ଏଥିପାଇଁ ସାମିଲ ହୁଅନ୍ତି ନାହିଁ କାରଣ ପଛରେ ଆପଣଙ୍କୁ ପାର୍ଟି ଦେବାକୁ ପଡିବ ବୋଲି । ଏହାର ଜବାବରେ ଅକ୍ଷୟ ମଧ୍ୟ ହଁ ମାରି କହିଥିଲେ ଏହା ସତ କଥା ।

କପିଲଙ୍କ ଏହି କମେଡି ଅନ୍ଦାଜରେ ଅକ୍ଷୟ ମଧ୍ୟ କମେଡିର ତଡକା ଲଗାଇ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଖୁବ୍ ହସାଇଛନ୍ତି । ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.