ETV Bharat / sitara

ସନ୍ଦୀପଙ୍କ ମୃତ୍ୟୁରେ ଭାବବିହ୍ବଳ ଅକ୍ଷୟ

author img

By

Published : Feb 17, 2021, 7:09 AM IST

ଟ୍ବିଟ କରି ମଙ୍ଗଳବାର ସନ୍ଦୀପଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଅକ୍ଷୟ । ତାଙ୍କ ପୂର୍ବରୁ ଅନେକ ଷ୍ଟାର୍ସ ସୋସିଆଲ ମିଡିଆରେ ସନ୍ଦୀପଙ୍କୁ ଦେଇସାରିଲେଣି ଶ୍ରଦ୍ଧାଞ୍ଜଳି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ସୋମବାର ବଲିଉଡ ଅଭିନେତା ସନ୍ଦୀପ ନାହାରଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଥିଲା । ଯାହାକୁ ନେଇ ସମସ୍ତେ ଦୁଃଖି ଥିବା ବେଳେ ଏବେ ସୁପରଷ୍ଟାର ଅକ୍ଷୟ କୁମାର ଶୋକ ପ୍ରକାଶ କରିଛନ୍ତି । ସେ ମଙ୍ଗଳବାର ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଭାବବିହ୍ବଳ ନୋଟ ଲେଖିଥିଲେ । ଅକ୍ଷୟ ଓ ସନ୍ଦୀପ ଫିଲ୍ମ ‘କେଶରୀ’ରେ ଏକାଠି କାମ କରିଥିଲେ । ଆଉ ନିଜ କୋ-ଷ୍ଟାରକୁ ହରାଇବା ଦୁଃଖ ବର୍ତ୍ତମାନ ସହିପାରୁନାହାଁନ୍ତି ସେ । ସନ୍ଦୀପ ଆତ୍ମହତ୍ୟା କରିବା ପୂର୍ବରୁ ଫେସବୁକ୍‌ରେ ନିଜ ଭିଡିଓ ଏବଂ ଏକ ନୋଟ ଲେଖିଥିଲେ । ଯେଉଁଥିରେ ସେ ନିଜର ସମସ୍ୟା ବିଷୟରେ ଜଣାଇବା ସହ ନିଜ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁନ୍ତି ବୋଲି କହିଥିଲେ ।

ସେପଟେ ଅକ୍ଷୟ ଟ୍ବିଟ କରି ଲେଖିଥିଲେ, ‘ସନ୍ଦୀପଙ୍କ ମୃତ୍ୟୁ ମୋ ହୃଦୟକୁ ଆଘାତ ଦେଇଛି । ସବୁବେଳେ ହସୁଥିବା ବ୍ୟକ୍ତି ଆଉ ଖାଦ୍ୟ ଖାଇବାକୁ ଭଲ ପାଉଥିବା ସନ୍ଦୀପ ଆଉ ନାହାଁନ୍ତି । ତାଙ୍କ ସହ କେଶରୀରେ କାମ କରିବା ଦିନ ବର୍ତ୍ତମାନ ମୋର ମନେ ପଡିଯାଉଛି । ଜୀବନ ଅପ୍ରତ୍ୟାଶିତ। ଯଦି କେବେ କମ୍ ଅନୁଭବ କରନ୍ତି ଦୟାକରି ସାହାଯ୍ୟ ନିଅନ୍ତୁ । ତାଙ୍କ ଆତ୍ମାକୁ ଭଗବାନ ଶାନ୍ତି ଦିଅନ୍ତୁ।’

ପ୍ରକାଶ ଥାଉକି ସୁଶାନ୍ତ ସିଂ ରାଜପୁତଙ୍କ ବ୍ଲକବଷ୍ଟର ଫିଲ୍ମ ‘ଏମ ଏସ ଧୋନି’ରେ ମଧ୍ୟ ଅଭିନୟ କରିଥିଲେ ସନ୍ଦୀପ । ଆଉ ଏହି ଫିଲ୍ମରେ ତାଙ୍କ କୋ-ଷ୍ଟାର ସାଜିଥିବା ଅନୁପମ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିସାରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.