ETV Bharat / sitara

ଆସାମ ବନ୍ୟା ପୀଡିତଙ୍କୁ ଅକ୍ଷୟଙ୍କ ସହାୟତା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

author img

By

Published : Aug 18, 2020, 5:42 PM IST

ପୁଣି ନିଜ ମହାନ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ସୁପରଷ୍ଟାର ଅକ୍ଷୟ କୁମାର । ଏଥର ସେ ଆସାମ ବନ୍ୟା ରିଲିଫ ପାଇଁ 1 କୋଟି ଟଙ୍କା ଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ପୁଣି ଦେଖିବାକୁ ମିଳିଲା ଖିଲାଡି ଅକ୍ଷୟ କୁମାରଙ୍କ ମହାନତା । ସେ ଆସାମ ବନ୍ୟା ପୀଡିତଙ୍କ ସହାୟତା ପାଇଁ 1 କୋଟି ଟଙ୍କା ଦାନ କରିଛନ୍ତି । ତାଙ୍କ ଏହି ମହାନ କାର୍ଯ୍ୟ ପାଇଁ ବର୍ତ୍ତମାନ ସବୁ ମହଲରେ ତାଙ୍କର ଗୁଣଗାନ କରାଯାଉଛି । ହେଲେ ମୁଖ୍ୟ କଥା ହେଲା ଯେ ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନେୱାଲ ସୋସିଆଲ ମିଡିଆରେ ଅକ୍ଷୟଙ୍କ ଏହି କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସରବାନନ୍ଦ ମଙ୍ଗଳବାର ଟ୍ବିଟ କରି ଲେଖିଛନ୍ତି, ‘ଆସାମ ବନ୍ୟା ସହାୟତା ପାଇଁ 1 କୋଟି ଟଙ୍କା ଦାନ କରିଥିବାରୁ ଅକ୍ଷୟଙ୍କୁ ଧନ୍ୟବାଦ । ସଙ୍କଟ ସମୟରେ ଆପଣ ସର୍ବଦା ସହାନୁଭୂତି ଏବଂ ସମର୍ଥନ ଦେଖାଇଆସୁଛନ୍ତି । ଆସାମର ଜଣେ ପ୍ରକତୃ ବନ୍ଧୁ ଆପଣ। ଭଗବାନ ଆପଣଙ୍କୁ ସର୍ବଦା ଜିତିବାକୁ ଆଶୀର୍ବାଦ ଦିଅନ୍ତୁ । ’

  • Thank you @akshaykumar ji for your kind contribution of ₹1 crore towards Assam flood relief. You have always shown sympathy and support during periods of crisis. As a true friend of Assam, may God shower all blessings to you to carry your glory in the global arena.

    — Sarbananda Sonowal (@sarbanandsonwal) August 18, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ଆସାମ ପୂର୍ବରୁ ଅକ୍ଷୟ ବିହାର ବନ୍ୟା ପୀଡିତଙ୍କୁ ସହଯୋଗର ହାତ ବଢାଇସାରିଛନ୍ତି । ଖାଲି ଏତିକି ନୁହେଁ ସେ କୋରୋନା କାଳରେ ମଧ୍ୟ ଅନେକ ଲୋକଙ୍କୁ ଆର୍ଥିକ ସାହାଯ୍ୟ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସେ ପ୍ରଥମେ ଅଭିନେତା ଥିଲେ, ଯିଏ ସରକାରକୁ କୋରୋନା ଲଢେଇ ପାଇଁ 28 କୋଟି ଟଙ୍କା ଦାନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.