ETV Bharat / sitara

20 ଶଯ୍ୟା ବିଶିଷ୍ଟ ଆଇସିୟୁ ୱାର୍ଡ ନିର୍ମାଣ ପାଇଁ ସହଯୋଗର ହାତ ବଢାଇଲେ ଅଜୟ

ଦେଶବାସୀଙ୍କ ପାଇଁ 1 କୋଟି ଟଙ୍କା ଦାନ କଲେ ଅଜୟ । ମୁମ୍ବାଇର ଶିବାଜୀ ପାର୍କ ଅଞ୍ଚଳରେ ମେକସିଫ୍ଟ ହସ୍ପିଟାଲ ନିର୍ମାଣ କରିବେ ସେ । ଅଧିକ ପଢନ୍ତୁ...

20 ଶଯ୍ୟା ବିଶିଷ୍ଟ ଆଇସିୟୁ ୱାର୍ଡ ନିର୍ମାଣ ପାଇ ଅଜୟଙ୍କ ସହାୟତା

author img

By

Published : Apr 28, 2021, 11:45 AM IST

ମୁମ୍ବାଇ: କୋରୋନାର ଦ୍ବିତୀୟ ଲହର ସହ ଲଢୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବି-ଟାଉନର ସିଂଘମ ସୁପରଷ୍ଟାର ଅଜୟ ଦେବଗନ ଆଗେଇ ଆସିଛନ୍ତି । ଅଜୟ ଫିଲ୍ମ ଇଣ୍ଡଷ୍ଟ୍ରିର ସହକର୍ମୀଙ୍କ ସାହାଯ୍ୟରେ ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) କୁ 20 ଶଯ୍ୟା ବିଶିଷ୍ଟ କୋଭିଡ-19 ଆଇସିୟୁ ୱାର୍ଡ ନିର୍ମାଣ ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ଦାନ କରି ଚର୍ଚ୍ଚାରେ ।

ସୂଚନା ଅନୁଯାୟୀ ମୁମ୍ବାଇର ଶିବାଜୀ ପାର୍କ ଅଞ୍ଚଳରେ ଅବସ୍ଥିତ ଭରତ ସ୍କାଉଟ୍ସ ଏବଂ ଗାଇଡ୍ସ ହଲରେ ଏହି ମେକସିଫ୍ଟ ହସ୍ପିଟାଲ ନିର୍ମାଣ କରାଯାଇଛି। ସେପଟେ ଏହି ଉତ୍ତମ କାର୍ଯ୍ୟ ପାଇଁ ବିଏମସିକୁ ଅଜୟଙ୍କ ସଂଗଠନ ଓ ଏନୟାଇ ଫାଉଣ୍ଡେସନ ଦ୍ବାରା ଦାନ କରାଯାଇଛି । ଏହି କୋଭିଡ ଆଇସିୟୁ ଶିବାଜୀ ପାର୍କଠାରୁ ଅଳ୍ପ ଦୂରରେ ଅବସ୍ଥିତ ପି.ଡି ହିନ୍ଦୁଜା ହସ୍ପିଟାଲର ଡାକ୍ତରଙ୍କ ଦ୍ବାରା ପରିଚାଳିତ ହେବ ।

ପ୍ରକାଶ ଥାଉକି ଅଜୟଙ୍କ ବ୍ୟତୀତ ସୁପରଷ୍ଟାର ଅକ୍ଷୟ କୁମାର ଟ୍ବିଙ୍କଲ ଖନ୍ନା, ଆୟୁଷ୍ମାନ ଖୁରାନା, ତାହିରା କଶ୍ୟପ ଓ କିରନ ଖେରଙ୍କ ଭଳି ଅନେକ ସେଲିବ୍ରିଟି ଦେଶବାସୀଙ୍କ ସହାୟତ ପାଇଁ ଦାନ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.