ETV Bharat / sitara

ପ୍ରେମ ସପ୍ତାହରେ ନିଜ ପ୍ରେମିକ ବିଷୟରେ ଜଣାଇଲେ ଆମୀରଙ୍କ ଲାଡଲୀ

author img

By

Published : Feb 12, 2021, 11:15 AM IST

ଭାଇରାଲ ହେଲା ଇରାଙ୍କ ନୂଆ ପୋଷ୍ଟ । ଗତ ବର୍ଷରୁ ନିଜ ରିଲେସନସିପ ବିଷୟରେ ମୌନ ବତ୍ର ପାଳିଆସୁଥିବା ଇରା ପ୍ରେମ ମାସରେ ସମସ୍ତଙ୍କୁ ଜଣାଇଲେ ବୟଫ୍ରେଣ୍ଡଙ୍କ କଥା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରା ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରା ଖାନ

ମୁମ୍ବାଇ: ପପୁଲାର ଷ୍ଟାର କିଡ୍ସଙ୍କ ମଧ୍ୟରେ ସୁପରଷ୍ଟାର ଆମୀର ଖାନଙ୍କ ଝିଅ ଇରା ଖାନ ଅନ୍ୟତମ । ଡିପ୍ରେସନ ବ୍ୟତୀତ ନିଜ ଲଭ ଲାଇଫ୍‌ଙ୍କୁ ନେଇ ଚର୍ଚ୍ଚାରେ ଇରା । ନିକଟରେ ସେ ନିଜର ଏକ ଭିଡିଓ ସେୟାର କରି ପୁଣିଥରେ ଡିପ୍ରେସନ ବିଷୟରେ ଆଲୋଚନା କରିଥିଲେ । ସେହିପରି ଗତ ବର୍ଷରୁ ନିଜ ଫିଟନେସ୍ କୋଚ ନୁପୁର ଶିଖାରେଙ୍କୁ ସେ ଡେଟ୍ କରୁଥିବା ଚର୍ଚ୍ଚା ଜୋର ଧରିଆସୁଛି । ଏବେ ଏହାକୁ କନଫର୍ମ କରିଛନ୍ତି ଇରା ।

ସେ ପ୍ରୋମିଜ ଡେ ଅବସରରେ ଇନଷ୍ଟାଗ୍ରାମରେ ନୁପୁରଙ୍କ ସହ ନିଜର ଅନେକ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ତୁମ ସହିତ ରହିବାକୁ ପ୍ରତିଜ୍ଞା କରିବା ମୋ ପାଇଁ ଗୌରବର ବିଷୟ ।’ ବର୍ତ୍ତମାନ ଭାଇରାଲ ହେଉଛି ଇରା ଓ ନୁପୁରଙ୍କ ଏହି ଫଟୋ ସବୁ । ଆପଣ ବି ଦେଖନ୍ତୁ ଫଟୋ...

ପ୍ରକାଶ ଥାଉକି ଗତ ବର୍ଷ ଲକଡାଉନ ସମୟରେ ଏହି ଯୋଡିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ଖାଲି ଏତିକି ନୁହେଁ ଇରା ମହାବଲେଶ୍ବରେ ଥିବା ପିତାଙ୍କ ଫାର୍ମହାଉସରେ ନୁପୁରଙ୍କ ସହ ସମୟ ବିତାଇବାକୁ ମଧ୍ୟ ଯାଇଥିଲେ । ନୁପୁରଙ୍କ ପୂର୍ବରୁ ଇରା, ମିଶାଲ୍ କ୍ରିପ୍ଲାନିଙ୍କ ସହ ରିଲେସନସିପରେ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.