ETV Bharat / sitara

ବିବାଦୀୟ ବୟାନ ଦେବାରେ ମାଷ୍ଟର ଆମୀର ! - ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ନ୍ୟୁଜ

ଆମୀର ଖାନ ଫିଲ୍ମ ସହ ପ୍ରାୟତଃ ନିଜ ବୟାନକୁ ନେଇ ସମସ୍ତଙ୍କ ଟାର୍ଗେଟରେ ଆସନ୍ତି । ଏବେ ସେ ତୁର୍କୀର ପ୍ରଥମ ମହିଳାଙ୍କୁ ସାକ୍ଷାତ କରି ଏବେ ଟ୍ରୋଲ ହେଉଛନ୍ତି...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ
author img

By

Published : Aug 18, 2020, 12:40 PM IST

ମୁମ୍ବାଇ: ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଦେଖିବାକୁ ମିଳୁଛି । ହେଲେ ଏଥର ନିଜର କୌଣସି ବୟାନକୁ ନେଇ ଚର୍ଚ୍ଚାରେ ନାହାଁନ୍ତି ସେ ବରଂ ତୁର୍କୀର ପ୍ରଥମ ମହିଳାଙ୍କୁ ସାକ୍ଷାତ କରିଥିବାରୁ ଚାଲିଛି ଚର୍ଚ୍ଚା । ଆମୀର ନିଜର ଆଗାମୀ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ର ସୁଟିଂ ସମୟରେ ତୁର୍କୀ ପହଞ୍ଚିଥିଲେ । ଏହି ସମୟରେ ସେ ତୁର୍କୀର ପ୍ରଥମ ମହିଳାଙ୍କୁ ଭେଟିଥିଲେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆମୀର ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଛନ୍ତି। ଏହି ବିବାଦ ବ୍ୟତୀତ ଆସନ୍ତୁ ଆମୀରଙ୍କ କିଛି ଚର୍ଚ୍ଚିତ ବିବାଦ ଉପରେ ନଜର ପକାଇବା...

ଶାହରୁଖ ଖାନଙ୍କ ଉପରେ ଦେଇଥିଲେ ବିବାଦିତ ବୟାନ । କିଛି ବର୍ଷ ପୂର୍ବେ ସେ ଶାହରୁଖଙ୍କ ଉପରେ ଏକ ବ୍ଲଗ ଲେଖିଥିଲେ, ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା । 2003ରେ ଆମୀର ସେହି ସମୟରେ ବିବାଦରେ ଆସିଥିଲେ ଯେବେ ସେ ବ୍ଲଗରେ ଲେଖିଥିଲେ, ‘ଶାହରୁଖ ମୋ ଗୋଡ ଚାଟୁଛନ୍ତି ଓ ମୁଁ ତାଙ୍କୁ ବିସ୍କୁଟ ଖୁଆଉଛି ।’ କଥାଟି ହେଲା ଯେ ଶାହରୁଖ, ଆମୀରଙ୍କ ଏକ ପୋଷା କୁକୁରର ନାମ ଥିଲା । କିନ୍ତୁ ଏହି କଥା ଉପରେ ଏତେ ବିବାଦ ହୋଇଥିଲା ଯେ ସବୁ ମହଲରେ ଆମୀରଙ୍କ ସମାଲୋଚନା କରାଯାଇଥିଲା । ଯାହାପରଠୁ ଶାହରୁଖ ଓ ଆମୀରଙ୍କ ମଧ୍ୟକେ ବାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା ।

ଅସହିଷ୍ଣୁତାକୁ ନେଇ ଆମୀର 5 ବର୍ଷ ପୂର୍ବେ କହିଥିଲେ ତାଙ୍କ ପତ୍ନୀଙ୍କୁ ଭାରତରେ ରହିବାକୁ ଡର ଲାଗୁଛି । ଏହି ବୟାନ ପରେ ଆମୀରଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଅନୁପମ ଖେର ଓ ପରେଶ ରାୱଲ ଭଳି ଅଭିନେତା ତାଙ୍କ ବୟାନର ସମାଲୋଚନା କରିଥିଲେ । ଏତେ ସମସ୍ୟା ପରେ ମଧ୍ୟ ଆମୀର କହିଥିଲେ ସେ ନିଜ ବୟାନ ପରିବର୍ତ୍ତନ କରିବେ ନାହିଁ ।

ପ୍ରକାଶ ଥାଉକି 2005ରେ ମହାନାୟକ ଅମିତାଭ ବଚ୍ଚନଙ୍କ ଉପରେ ବୟାନ ଦେଇ ଚର୍ଚ୍ଚାରେ ଆସିଥିଲେ ସେ। ଅମିତାଭ ଓ ରାନୀ ମୁର୍ଖାଜୀଙ୍କ ଅଭିନୀତ ଫିଲ୍ମ ‘ବ୍ଲାକ’କୁ ନେଇ ଆମୀର କହିଥିଲେ ସେ ଯେତେବେଳେ ଫିଲ୍ମ ଦେଖି ଆସିଲେ ଅମିତାଭଙ୍କ ଅଭିନୟ ତାଙ୍କ ମୁଣ୍ଡ ଖରାପ କରିଦେଇଥିଲା । ଏହି ବୟାନ ପରେ ଆମୀର ଓ ଅମିତାଭଙ୍କ ମଧ୍ୟରେ ଥିବା ସମ୍ପର୍କରେ ସମସ୍ୟା ଦେଖାଦେଇଥିଲା । ଏପରି ଅନେକ ବୟାନ ଦେଇ ସମାଲୋଚନାର ଶିକାର ହୋଇସାରିଛନ୍ତି ଆମୀର।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.