ମୁମ୍ବାଇ: ସୁପରଷ୍ଟାର ଆମୀର ଖାନଙ୍କ ଲାଡଲୀ ଇରା ଖାନ ପ୍ରାୟତଃ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ଗତ ବର୍ଷ ସେ ନିଜ ଡିପ୍ରେସନ କଥା ଜଣାଇ ଚର୍ଚ୍ଚାରେ ଆସିଥିଲେ । ଯାହା ପରଠୁ ତାଙ୍କୁ ଫ୍ୟାନ୍ସ ପରାର୍ମଶ ଦେବାରେ ଲାଗିଛନ୍ତି । କିଛି ତାଙ୍କୁ ପଜିଟିଭ ଭିଡିଓ ଦେଖିବାକୁ କହୁଛନ୍ତି ତ ଆଉ କିଛି ବାପା-ମା'ଙ୍କ ସହ ଏହି ସମସ୍ୟା ବିଷୟରେ ଆଲୋଚନା କରିବାକୁ ପରାର୍ମଶ ଦେଉଛନ୍ତି । ଇତିମଧ୍ୟରେ ସେ ପୁଣି ନିଜର ଏକ ଭିଡିଓ ସେୟାର କରି ଡିପ୍ରେସନ ବିଷୟରେ ଆଲୋଚନା କରିଛନ୍ତି ।
- " class="align-text-top noRightClick twitterSection" data="
">
ସେ ମଙ୍ଗଳବାର ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ଜଣାଇଛନ୍ତି, ‘ପଜିଟିଭ ଭିଡିଓରେ ଖୁସି ଅନୁଭବ ହେଉନାହିଁ କିମ୍ବା ନେଗେଟିଭ ଭିଡିଓରେ କ୍ଷତି ବି ହେଉନାହିଁ । ଯଦି ତୁମେ ଅଶାନ୍ତ ଅନୁଭବ କରୁଛ ଏହା ଦେଖିବା ପାଇଁ ସର୍ବୋତ୍ତମ ଜିନିଷ ହୋଇପାରେ କିମ୍ବା ନ ହୋଇପାରେ । ତୁମେ ଜଜ୍ ହୁଅ । ଆଉ ମୁଁ ସ୍ପଷ୍ଟ ଭାବରେ ଧିର ଅଛି। ପରବର୍ତ୍ତୀ ସମୟରେ ଅଧିକ ସଚେତନ ହେବି ।’
ପୂର୍ବରୁ ସେ ନିଜ ଡିପ୍ରେସନ କଥା କହି ଜଣାଇଥିଲେ ଯେ ତାଙ୍କ ପାଖରେ ସବୁ କିଛି ଅଛି ତଥାପି ସେ ଏକୁଟିଆ ଅନୁଭବ କରୁଛନ୍ତି । ତାଙ୍କ ଡିପ୍ରେଶନ ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଥିଲା ।