ETV Bharat / sitara

Sunny Leoneଙ୍କ ଗୀତ Madhuban ପାଇଁ ତେଜିଲା ବିବାଦ, ବ୍ୟାନ ଦାବି

author img

By

Published : Dec 25, 2021, 5:47 PM IST

ସନ୍ନି ଲିଓନ ପୁଣି ଥରେ ବିବାଦରେ । ଏଥର କିନ୍ତୁ ଗୀତ ‘ମଧୁବନରେ ରାଧିକା ନାଚେ’କୁ ନେଇ । ନିକଟରେ ସନ୍ନି ଲିଓନଙ୍କ ଗୀତ ‘ମଧୁବନ’ ରିଲିଜ ହୋଇଥିଲା । ଗୀତ ଯୋଗୁଁ ଧାର୍ମିକ ଭାବନାକୁ ଆଘାତ ଲାଗିଛି ବୋଲି କିଛି ସନ୍ଥ ସମାଜ ପକ୍ଷରୁ ଏହାକୁ ବ୍ୟାନ୍‌ ପାଇଁ ଦାବି ଉଠିଛି । ଅଧିକ ପଢନ୍ତୁ

ସନ୍ନି ଲିଓନଙ୍କ ଗୀତ ମଧୁବନକୁ ନେଇ ତେଜିଲା ବିବାଦ, ବ୍ୟାନ୍‌ କରିବା ପାଇଁ ଜୋର୍ ଧରିଲା ଦାବି

ମୁମ୍ବାଇ: ପୁଣି ଥରେ ବିବାଦରେ ସନ୍ନି ଲିଓନ । ଏଥର କିନ୍ତୁ ଗୀତକୁ ନେଇ ବିବାଦ ସାମ୍ନାକୁ ଆସିଛି । ନିକଟରେ ସନ୍ନି ଲିଓନଙ୍କ ଗୀତ ‘ମଧୁବନ’ ରିଲିଜ ହୋଇଥିଲା । ଯାହାକୁ ନେଇ ବିବାଦ ବଢିବାରେ ଲାଗିଛି । 22 ଡିସେମ୍ବରରେ ମୁକ୍ତିଲାଭ କରିଥିବା ସନ୍ନି ଲିଓନଙ୍କ ଗୀତକୁ ନେଇ ଏହି ବିବାଦ ଲାଗି ରହିଛି । ବର୍ତ୍ତମାନ ସୁଦ୍ଧା ଗୀତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ରହିଛି। ସନ୍ନି ଲିଓନିଙ୍କ ନାଁରେ ଅଭିଯୋଗ ଆସିଛି କି ସେ ମଧୁବନ୍ ଗୀତ ଜରିଆରେ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛନ୍ତି।

ସନି ଲିଓନଙ୍କ ନୂଆ ଗୀତ ମଧୁବନ୍ ରେ ରାଧିକା ନୃତ୍ୟ (ମଧୁବନରେ ରାଧିକା ନାଚେ) ବିରୁଦ୍ଧରେ ମଥୁରା ପୁରୋହିତ ଅଭିଯୋଗ ଆଣିଛନ୍ତି । ପୁରୋହିତମାନେ ଏହି ଗୀତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ମଥୁରା ପୁରୋହିତମାନେ କହିଛନ୍ତି, ସନ୍ନି ଏହି ଗୀତରେ ଅଶ୍ଳୀଳ ନୃତ୍ୟ କରି ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି । କେବଳ ଏତିକି ନୁହେଁ, ଯଦି ଏହି ମାମଲାରେ ସରକାରଙ୍କ ସହ ଆଲୋଚନା ନହୁଏ, ତେବେ ସେମାନେ ଏହି ମାମଲାରେ କୋର୍ଟକୁ ଯିବେ ବୋଲି କହିଛନ୍ତି ଅଭିଯୋଗକାରୀ ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ପ୍ରସଙ୍ଗରେ ସନି ଲିଓନଙ୍କ ବିରୋଧରେ ସରକାରଙ୍କ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୃନ୍ଦାବନର ସନ୍ଥ ନବଲ ଗିରି ମହାରାଜ ଦାବି କରିଛନ୍ତି । ଏହା ସହିତ ସେ ଚାହୁଁଛନ୍ତି ଯେ, ମଧୁବନ୍ ଗୀତକୁ ଯଥାଶୀଘ୍ର ନିଷିଦ୍ଧ କରାଯାଉ । ଯଦି ସରକାର ସେମାନଙ୍କ କଥା ନଶୁଣନ୍ତି, ତେବେ ସେମାନେ କୋର୍ଟଙ୍କ ଦ୍ବାରସ୍ଥ ହେବେ । କେବଳ ଏତିକି ନୁହେଁ, ସେ କହିଛନ୍ତି ଯେ ଯଦି ସନ୍ନି ଲିଓନ ଗୀତରୁ ବିବାଦୀୟ ଦୃଶ୍ୟକୁ ନ ହଟାନ୍ତି ଏବଂ କ୍ଷମା ନ ମାଗନ୍ତି, ତେବେ ତାଙ୍କୁ ଦେଶରେ ରହିବାକୁ ଦିଆଯିବ ନାହିଁ ।

ଏହି ଗୀତକୁ କନିକା କପୁର ଏବଂ ଅରିନ୍ଦମ ଚକ୍ରବର୍ତ୍ତୀ ଗାଇଛନ୍ତି । ଗତ ସପ୍ତାହରେ ସନ୍ନି ଲିଓନ ଏବଂ କନିକା କପୁର ଏହି ଗୀତର ପ୍ରମୋସନ ପାଇଁ ବିଗ୍ ବସ୍ ମଞ୍ଚରେ ପହଞ୍ଚିଥିଲେ । ସମସ୍ତ ବିବାଦ ମଧ୍ୟରେ ସନ୍ନି ଲିଓନଙ୍କ ନୂଆ ଗୀତ ୟୁଟ୍ୟୁବରେ ଟ୍ରେଣ୍ଡ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.