ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ଆଉ ଉଦାସ ରହିବାକୁ ଚାହୁଁ ନାହାଁନ୍ତି । ସେ ତାଙ୍କ ବର୍ତ୍ତମାନ ଅବସ୍ଥାରେ ବହୁତ ଥକି ଯାଇଛନ୍ତି ।
ସନ୍ନି ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନୀଳ ରଙ୍ଗର କାନ୍ଥ ସାମ୍ନାରେ ଏକ ନୀଳ ଡେନିମ୍ ଡ୍ରେସରେ ପୋଜ୍ କରୁଥିବା ନଜର ଆସିଛନ୍ତି । ଫଟୋ ସହିତ ସନ୍ନି କ୍ୟାପସନରେ ଲେଖିଛନ୍ତି, 'ଉଦାସୀ ସେ ଥକ ଚୁକି ହୁ... ଆପକେ ଲିୟେ ତେୟାର ହୁଇ ହୁ' ।
- " class="align-text-top noRightClick twitterSection" data="
">
ବର୍ତ୍ତମାନ ସନ୍ନି ତାଙ୍କ ସ୍ୱାମୀ ଡାନିଏଲ ୱେବର ଏବଂ ତିନି ସନ୍ତାନ - ନିଶା, ଆଶେର ଏବଂ ନୋହଙ୍କ ସହ ଆମେରିକାରେ ରହୁଛନ୍ତି ।
ନିକଟରେ ସନ୍ନି ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସନ୍ନି ତାଙ୍କ ସ୍ୱାମୀ ଡାନିଏଲ ୱେବର ସହ ଜିରାଫକୁ ଖାଇବାକୁ ଦେଉଥିବାର ନଜର ଆସିଥିଲେ ।
ପ୍ରକାଶ ଥାଉ କି, ସନ୍ନି 2011 ମସିହାରେ ଡାନିଏଲଙ୍କୁ ବିବାହ କରିଥିଲେ ।
ପରବର୍ତ୍ତୀ ସମୟରେ, ସନ୍ନିଙ୍କୁ ଆଗାମୀ ଦିନରେ 'ବିରାମାଦେବୀ' ଏବଂ 'କୋକା କୋଲା'ରେ ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ