ETV Bharat / sitara

ଆକ୍ସନ ଥ୍ରିଲର ଫିଲ୍ମ ନେଇ ଫେରିବେ ସନ୍ନି - ସନ୍ନି ଦେଓଲଙ୍କ ଅପକମିଂ ଫିଲ୍ମ

ଦୀର୍ଘ ସମୟ ପରେ ପରଦାରେ ନଜର ଆସିବେ ଲୋକପ୍ରିୟ ଅଭିନେତା ସନ୍ନି ଦେଓଲ। ନିକଟରେ ଏହି ଫିଲ୍ମର ଘୋଷଣା କରି ସେ ଫ୍ୟାନ୍ସଙ୍କୁ ଦେଇଥିଲେ ସରପ୍ରାଇଜ।

sunny deol
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Mar 11, 2020, 2:32 PM IST

ମୁମ୍ବାଇ: ପାଖପାଖି ଦୁଇ ବର୍ଷ ପର୍ଯ୍ୟନ୍ତ ନିଜ ଲାଡଲା କରନ ଦେଓଲଙ୍କୁ ବଲିଉଡରେ ଲଞ୍ଚ କରିବାରେ ବ୍ୟସ୍ତ ଥିଲେ ଆକ୍ସନ ହିରୋ ସନ୍ନି ଦେଓଲ। ଗତ ବର୍ଷ ରିଲିଜ ହୋଇଥିବା ‘ପଲ ପଲ ଦିଲ କେ ପାସ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ କରନ। ହେଲେ ଏହି ଫିଲ୍ମଟି ବକ୍ସ ଅଫିସରେ ଖାସ୍ କମାଲ କରିପାରିନଥିଲା। କରନଙ୍କ ଡେବ୍ୟୁ ପାଇଁ ଦୁଇ ବର୍ଷ ମଧ୍ୟରେ ଅନେକ ଫିଲ୍ମକୁ ହାତ ଛଡା କରିଥିଲେ ସନ୍ନି।

ହେଲେ ଏବେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ ସାମ୍ନାକୁ ଆସିଛି। ସେ ଖୁବଶୀଘ୍ର ଏକ ଥ୍ରିଲର ଡ୍ରାମା ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ସାଉଥର ଫେମସ ନିର୍ଦ୍ଦେଶକ ହାନୁ ରାଘଭାପୁଡି।

ତାଙ୍କ ଏହି ପ୍ରୋଜେକ୍ଟର କାମ ଆସନ୍ତା ମାସରେ ଆରମ୍ଭ ହେବ । ଫିଲ୍ମ ଉପରେ ନିକଟରେ ସନ୍ନି କହିଥିଲେ ଯେ ତାଙ୍କ ଆଗାମୀ ଫିଲ୍ମ କୌଣସି ରିମେକ ହେବ ନାହିଁ। ଫିଲ୍ମଟି ଏକ ରୋଚକ ବିଷୟକୁ ନେଇ ଆଧାରିତ ହେବ। ଯେଉଁଥିରେ ଭରପୁର ଆକ୍ସନ ଓ ସସ୍ପେନ୍ସ ଦେଖିବାକୁ ମିଳିବ। ଏପରି ଭୂମିକାରେ ସେ ପୂର୍ବରୁ କେବେ ମଧ୍ୟ ଅଭିନୟ କରିନାହାଁନ୍ତି । ରୋଲ ପାଇଁ ବର୍ତ୍ତମାନ ସେ ଖୁବ୍ ପରିଶ୍ରମ କରୁଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.