ETV Bharat / sitara

'Gadar 2'ର ପ୍ରଥମ ଲୁକ୍‌ ସେୟାର କଲେ ସନ୍ନି ଦେୱଲ - ଗଦର ୨ ଫିଲ୍ମ ଅପଡେଟ

'ଗଦର-୨' ଫିଲ୍ମର ପ୍ରଥମ ଭାଗର ସୁଟିଂ ଶେଷ ପରେ ତାରା ସିଂଙ୍କ ପ୍ରଥମ ଲୁକ୍‌ ସେୟାର କଲେ ଅଭିନେତା ସନ୍ନି ଦେୱଲ । ଅଧିକ ପଢନ୍ତୁ

'Gadar 2'ର ପ୍ରଥମ ଲୁକ୍‌ ସେୟାର କଲେ ସନ୍ନି ଦେୱଲ

author img

By

Published : Dec 24, 2021, 5:06 PM IST

ନୂଆଦିଲ୍ଲୀ: 'ଗଦର-୨' ଫିଲ୍ମର ପ୍ରଥମ ଭାଗର ସୁଟିଂ ଶେଷ କରିବା ପରେ ଏହି ଫିଲ୍ମର ପ୍ରଥମ ଲୁକ୍‌କୁ ଗୁରୁବାର ସେୟାର କରିଛନ୍ତି ବଲିଉଡ଼ ପାୱାର ଆକ୍ଟର ସନ୍ନି ଦେୱଲ । ଏହି ଫିଲ୍ମର ଦ୍ବିତୀୟ ଭାଗରେ ମଧ୍ୟ ଅଭିନେତ୍ରୀ ଅମିଷା ପଟେଲ ନଜର ଆସିବେ । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାରା ସିଂ ଭୂମିକାରେ ଥିବା ସନ୍ନି ୨ଟି ଫଟୋକୁ ସେୟାର କରିଛନ୍ତି ।

'Gadar 2'ର ପ୍ରଥମ ଲୁକ୍‌ ସେୟାର କଲେ ସନ୍ନି ଦେୱଲ
'Gadar 2'ର ପ୍ରଥମ ଲୁକ୍‌ ସେୟାର କଲେ ସନ୍ନି ଦେୱଲ

ସେ ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ ୨୦ ବର୍ଷ ପରେ ପୁଣି ଏହି ଭୂମିକାରେ ଆସିଥିବାରୁ ସେ ନିଜକୁ ଭାଗ୍ୟବାନ ମଣିଛନ୍ତି । ୨୦୦୧ ବ୍ଲକବଷ୍ଟର ଫିଲ୍ମ 'ଗଦର:ଏକ ପ୍ରେମ କଥା'ର ଦ୍ବିତୀୟ ଭାଗ ହେଉଛି ଗଦର-୨ । ଏହି ଫିଲ୍ମରେ ସନ୍ନି ଜଣେ ଶିଖ ଟ୍ରକ ଡ୍ରାଇଭର ତାରା ସିଂଙ୍କ ଭୂମିକାରେ ଅଭିନୟ କରିଥିଲେ, ଯିଏକି ସକିନା ନାମକ ଜଣେ ପାକିସ୍ତାନୀ ମୁସଲିମ ଯୁବତୀଙ୍କ ପ୍ରେମରେ ପଡ଼ିଯାଇଥିଲେ । ଏହି ଫିଲ୍ମରେ ସୁନାମଧନ୍ୟ ବରିଷ୍ଠ କଳାକାର ସ୍ବର୍ଗତଃ ଅମ୍ରିଶ ପୁରି ମଧ୍ୟ ଏଥିରେ ଅଭିନୟ କରିଥିଲେ ।

ଏହା ବି ପଢନ୍ତୁ: 'Gadar 2'ର ପ୍ରଥମ ଭାଗ ସୁଟିଂ ଶେଷ କଲେ ସନ୍ନି ଦେୱଲ

ଏହି ଫିଲ୍ମରେ ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ପୁଅ ତଥା ବଲିଉଡ଼ ଫିଲ୍ମ Geniusର ଅଭିନେତା ଉତ୍କର୍ଷ ଶର୍ମା ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମର ପ୍ରଥମ ଭାଗରେ ଉତ୍କର୍ଷ ସନ୍ନି ଓ ଅମିଷାଙ୍କ ପୁତ୍ର ଭୂମିକାରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.