ETV Bharat / sitara

ଭୁଲ ଇଂରାଜୀ ପଢି ଚର୍ଚ୍ଚାରେ ସନ୍ନି ଦେଓଲ - word

ନବନିର୍ବାଚିତ ଅଭିନେତା ସନ୍ନି ଦେଓଲ ଆଜି ଶପଥ ଗ୍ରହଣ କରିଛନ୍ତି । କିନ୍ତୁ ନିଜ ଭୁଲ ଇଂରାଜୀ ପଢାକୁ ନେଇ ଚର୍ଚ୍ଚାରେ ସନ୍ନି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ସନ୍ନି ଦେଓଲ
author img

By

Published : Jun 18, 2019, 11:20 PM IST

Updated : Jun 18, 2019, 11:39 PM IST

ମୁମ୍ବାଇ: ନବଗଠିତ ଲୋକସଭା ପୂର୍ବରୁ ଆଜି ବିଜେପିର ଓମ ବିଡ଼ଲା, କଂଗ୍ରେସ ନେତା ଶଶି ଥରୁର, ସିରୋମଣି ଅକାଳୀ ଦଳର ସୁଖବୀର ବାଦଲ ଓ ଅଭିନେତା ସନ୍ନି ଦେଓଲ ସହ ଅନେକ ନବନର୍ବାଚିତ ସଦସ୍ୟ ଶପଥ ଗ୍ରହଣ କରିଛନ୍ତି । ଏହି ସମୟରେ ଯେତେବେଳେ ରାଜ୍ୟ ଗୁରୁଦାସପୁର ସିଟରୁ ଭାଜପା ଟିକେଟରେ ବିଜୟ ହାସଲ କରିଥିବା ସନ୍ନିଙ୍କ ନାମ ଶପଥ ପାଇଁ ଡକାଯାଇଥିଲା । ତେବେ ଏକ ଆଶ୍ଚର୍ଯ୍ୟକର କଥା ଘଟିଥିଲା । ଯାହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ତାଙ୍କ ଫ୍ୟାନ୍ସ ମଧ୍ୟ ।

ତାଙ୍କ ନାମ ଡକାଯିବା ମାତ୍ରେ ସତ୍ତାପକ୍ଷର ଅନେକ ସଦସ୍ୟ 'ଭାରତ ମାତା କି ଜୟ'ର ନାରା ଲଗାଇବା ଆରମ୍ଭ କରିଦେଇଥିଲେ । କିନ୍ତୁ ଶପଥ ନେଲା ବେଳେ ସନ୍ନି ଇଂରାଜୀ ଶବ୍ଦ 'ଅପହୋଲ୍ଡ' ସ୍ଥାନରେ 'ୱିଥହୋଲ୍ଡ' ପଢିଦେଇଥିଲେ । ଯାହାକୁ ନେଇ ଏବେ ତାଙ୍କ ଚର୍ଚ୍ଚା ଖୁବ୍ ଚାଲିଛି । ଅନ୍ୟପଟେ ସେ ଭୁଲ ପଢିବାରୁ ସଙ୍ଗେ ସଙ୍ଗେ ନିଜ ଭୁଲ ସୁଧାରିନେଇଥିଲେ ।

ପ୍ରକାଶ ଥାଉକି 'ବର୍ଡର' ଏବଂ 'ଗଦର' ଭଳି ଫିଲ୍ମରେ ଦେଶଭକ୍ତିପୂର୍ଣ୍ଣ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟରେ ରାଜ କରୁଥିବା 59 ବର୍ଷିୟ ସନ୍ନି 17ତମ ଲୋକସଭା ନିର୍ବାଚନରେ ଗୁରୁଦାସପୁରର ବିଜୟ ହାସଲ କରିଛନ୍ତି । ନିର୍ବାଚନ ଜିତିବା ପରେ ସନ୍ନି କହିଥିଲେ କି ତାଙ୍କୁ ଗୁରୁଦାସପୁରର ଜନସାଧାରଣ ଖୁବ୍ ପ୍ରେମ କରୁଛନ୍ତି ।

Intro:Body:

dgd

Conclusion:
Last Updated : Jun 18, 2019, 11:39 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.