ETV Bharat / sitara

ରଙ୍ଗୋଲିଙ୍କ ବୟାନ, ସମର୍ଥନରେ ସୁନୈନା

ସାମ୍ନାକୁ ଆସିଲା ସୁନୈନାଙ୍କ ପ୍ରତିକ୍ରିୟା । ମୁସଲିମ ପୁଅକୁ ପ୍ରେମ କରୁଥିବାରୁ ପରିବାର ତାଙ୍କୁ ନିର୍ଯାତନା ଦେଉଛି ବୋଲି ଖୁଲାସା କରିଛନ୍ତି ସେ ।

author img

By

Published : Jun 19, 2019, 11:20 PM IST

Updated : Jun 19, 2019, 11:54 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ସୁନୈନା ରୋଶନ

ମୁମ୍ବାଇ: ଲାଗୁଛି କି ବି-ଟାଉନର ରୋଶନ ପରିବାରେ ଝିଅ ସୁନୈନା ରୋଶନଙ୍କୁ ନେଇ କିଛି ମଧ୍ୟ ଠିକ୍ ଚାଲିନାହିଁ । ହ୍ରିତିକଙ୍କ ଭଉଣୀ ସୁନୈନା ନିଜର ଅନେକ ବୟାନ ପାଇଁ ଲାଇମଲାଇଟରେ ଆସିଛନ୍ତି । ଗତକାଲି ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ, ସୁନୈନାଙ୍କୁ ସପୋର୍ଟ କରି ଏକ ଟ୍ବିଟ କରିଥିଲେ । ଯେଉଁଥିରେ ସେ ରୋଶନ ପରିବାର ବିଷୟରେ ଅନେକ ଖୁଲାସା କରିଥିଲେ ।

ଏବେ ସୁନୈନାଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ସେ ମଧ୍ୟ ଦୁଇଟି ଟ୍ବିଟ କରି କଙ୍ଗନାଙ୍କୁ ସୋପର୍ଟ କରୁଛନ୍ତି ବୋଲି ଘୋଷଣା କରିଥିଲେ । ପ୍ରଥମ ଟ୍ବିଟରେ ସେ ଲେଖିଛନ୍ତି, "ମୁଁ କଙ୍ଗନାଙ୍କୁ ସମର୍ଥନ କରୁଛି । ଆଉ ଦ୍ବିତୀୟ ଟ୍ବିଟରେ ସେ ନିଜ ଦୁଃଖ ବଖାଣି ଲେଖିଛନ୍ତି, "ମୁଁ ନର୍କରେ ରହୁଛି । ମୁଁ ଥକିଗଲିଣି ।" ତାଙ୍କ ଟ୍ବିଟରୁ ଲାଗୁଛି ଯେ ସେ ପରିବାରକୁ ନେଇ ଚିନ୍ତାରେ ଅଛନ୍ତି ।

photo-2

ଏହା ବ୍ୟତୀତ ସେ ନିଜ ଲଭ ଲାଇଫକୁ ନେଇ ଏକ ସାକ୍ଷାତକାରରେ କହିଥିଲେ । ସେ କହିଥିଲେ କି ସେ ଜଣେ ମୁସଲିମ ପୁଅକୁ ପ୍ରେମ କରୁଛନ୍ତି । ଏହି କଥା ଜାଣି ତାଙ୍କ ପିତା ତାଙ୍କୁ ଚାପୁଡା ମାରି କହିଥିଲେ କି ଯେଉଁ ପୁଅକୁ ସେ ପ୍ରେମ କରୁଛନ୍ତି ସେ ଜଣେ ଆତଙ୍କବାଦୀ । କିନ୍ତୁ ରୁହାଲ ଆତଙ୍କବାଦୀ ନୁହେଁ । ଯଦି ସେ ଜଣେ ଆତଙ୍କବାଦୀ ହୋଇଥାଆନ୍ତେ ତେବେ ସେ କଣ ଖୁଲମଖୁଲା ବୁଲିବା ସହ ମିଡିଆରେ କାମ କରିଥାଆନ୍ତେ କି । ଯଦି ସେ ଆତଙ୍କବାଦୀ ତେବେ ସେ ଜେଲର ଚାରିକାନ୍ଥ ଭିତରେ ରହିଥାଆନ୍ତେ ।

photo-01

ଏହି କାରଣ ପାଇଁ ତାଙ୍କୁ ରୋଶନ ପରିବାର ଆଦୌ ସମର୍ଥନ କରୁନାହାଁନ୍ତି । ଏହାସହ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର ମଧ୍ୟ କରୁଛନ୍ତି ପରିବାର ଲୋକ । ଖର୍ଚ୍ଚ ପାଇଁ ଟଙ୍କା ମଧ୍ୟ ଦେଇନାହାଁନ୍ତି । ତେଣୁ ସେ ନର୍କରେ ରହିଲା ପରି ତାଙ୍କୁ ଲାଗୁଛି । ତାଙ୍କୁ ଲାଗୁଥିଲା କି ତାଙ୍କ ଭାଇ ହ୍ରିତିକ ତାଙ୍କୁ ସପୋର୍ଟ କରିବେ କିନ୍ତୁ ବର୍ତ୍ତମାନ ସେ ମଧ୍ୟ ପିତାଙ୍କ ଅନୁଶାନରେ ସାମିଲ ହୋଇଛନ୍ତି । ଯାହାଦ୍ବାରା ସେ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଛନ୍ତି ।

ହ୍ରିତିକ ପୂର୍ବରୁ ତାଙ୍କୁ କଥା ଦେଇଥିଲେ କି ସୁନୈନାଙ୍କ ପାଇଁ ମୁମ୍ବାଇରେ ଗୋଟିଏ ଘର ତିଆରି କରିବେ ବୋଲି । କିନ୍ତୁ ନିଜ କଥାରୁ ବାଦ ପଡିଛନ୍ତି ହ୍ରିତିକ ଏଯାବତ ତାଙ୍କ ପାଇଁ ଘର ତିଆରି କରିନାହାଁନ୍ତି । ଯେବେ ସେ ନିଜ ପାଇଁ ମୁମ୍ବାଇର ଲୋଖଣ୍ଡୱାଲାରେ ଭଡା ଘର ଖୋଜିଥିଲେ । ହ୍ରିତିକ କହିଥିଲେ କି 2.5 ଲକ୍ଷ ଟଙ୍କା ବହୁତ ଅଧିକା । କିନ୍ତୁ ତାଙ୍କୁ ଲାଗୁନି କି ହ୍ରିତିକଙ୍କ ପାଇଁ 2.5 ଲକ୍ଷ ଟଙ୍କା ଅଧିକା ବୋଲି । ଆଜି ମଧ୍ୟ ପୁରା ପରିବାର ତାଙ୍କୁ ନିର୍ଯାତନା ଦେଉଛି ବୋଲି କହିଥିଲେ ସୁନୈନା ।

Intro:Body:

sdfs

Conclusion:
Last Updated : Jun 19, 2019, 11:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.