ETV Bharat / sitara

ବିକିନି ପିନ୍ଧି ପୁଲରେ ମସ୍ତି କଲେ ଷ୍ଟାର କିଡ୍ସ, ଭିଡିଓ ଭାଇରାଲ

author img

By

Published : Mar 9, 2022, 4:57 PM IST

ସୁହାନା ଖାନଙ୍କ ସମେତ ଅନନ୍ୟା ପାଣ୍ଡେ, ଶନାୟା କପୁର ଏବଂ ଅବରାମ ଖାନଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସମସ୍ତେ ସୁଇମିଂ ପୁଲରେ ମଜା ନେଉଥିବାର ଦେଖାଯାଉଛି । ଅଧିକ ପଢନ୍ତୁ

ବିକିନି ପିନ୍ଧି ପୁଲରେ ମସ୍ତି କଲେ ତିନି ସୁନ୍ଦରୀ

ହାଇଦ୍ରାବାଦ: ପୁଣି ଥରେ ମନ୍ନତକୁ ଫେରିଛି ଖୁସି । ଶାହାରୁଖଙ୍କ ସମେତ ତାଙ୍କର ପୂରା ପରିବାର ବର୍ତ୍ତମାନ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି । ଶାହାରୁଖ ମଧ୍ୟ ତାଙ୍କ କାମ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଶାହାରୁଖ ଖାନଙ୍କ ଝିଅ ସୁହାନା ପ୍ରତିଦିନ ସୋସିଆଲ ମିଡିଆରେ ନୂଆ ନୂଆ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ବର୍ତ୍ତମାନ ସୁହାନା ଖାନଙ୍କ ସମେତ ଅନନ୍ୟା ପାଣ୍ଡେ, ଶନାୟା କପୁର ଏବଂ ଅବରାମ ଖାନଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସମସ୍ତେ ସୁଇମିଂ ପୁଲରେ ମଜା ନେଉଥିବାର ଦେଖାଯାଉଛି ।

ସୁହାନା, ଅନନ୍ୟା ଏବଂ ଶନାୟାଙ୍କର ବୋଲ୍ଡ ଅନ୍ଦାଜରେ ପ୍ରଶଂସକ ପାଗଳ ହୋଇଯାଇଛନ୍ତି । ମହିଳା ଦିବସ ଅବସରରେ ଏହି ଭିଡିଓ ଶନାୟା କପୁରଙ୍କ ଦ୍ୱାରା ସେୟାର କରାଯାଇଛି । ଏହି ଭିଡିଓରେ, ଏହି ତିନି ଷ୍ଟାର କିଡ୍ସ ବିକିନି ପିନ୍ଧି ପୁଲରେ ଏନଜୟ କରୁଥିବା ଦେଖିବାକୁ ମିଳୁଛି । ଏହି ସମୟରେ, ପ୍ରଶଂସକମାନେ ଏହି ତିନି ସେଲିବ୍ରିଟିଙ୍କ ଭିଡିଓକୁ ବାରମ୍ବାର ଦେଖୁଛନ୍ତି ।

ସୋସିଆଲ ମିଡିଆରେ ଏହି ଭିଡିଓ କ୍ରମାଗତ ଭାଇରାଲ ହେବାରେ ଲାଗିଛି। କହିବାକୁ ଗଲେ କରଣ ଜୋହର ଶନାୟା କପୁରଙ୍କ ଆଗାମୀ ଚଳଚ୍ଚିତ୍ର 'ବେଧଡକ'ରୁ ଲଞ୍ଚ କରିଛନ୍ତି। ଏଥିସହିତ ସୁହାନା ଖାନ ଚଳଚ୍ଚିତ୍ର ନିର୍ମାତା ଜୋୟା ଅଖତରଙ୍କ କାର୍ଯ୍ୟାଳୟରେ ନଜର ଆସିଥିଲେ ଏବଂ ଅନନ୍ୟା ପୂର୍ବରୁ ହିଁ ବଲିଉଡରେ ଡେବ୍ୟୁ କରିସାରିଛନ୍ତି।

ସୁହାନା ଖାନଙ୍କ ବିଷୟରେ କୁହାଯାଉଥିଲା, ସେ ଜୋୟା ଅଖତରଙ୍କ ପ୍ରୋଜେକ୍ଟ ଆର୍ଚିଜରେ ନଜର ଆସିପାରନ୍ତି। କୁହାଯାଉଛି ଏହି ସିରିଜରେ ସୈଫ ଅଲୀ ଖାନଙ୍କ ପୁଅ ଇବ୍ରାହିମ ଅଲୀ ଖାନ, ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲୀ ନନ୍ଦା ଏବଂ ଶ୍ରୀଦେବୀଙ୍କ ଝିଅ ଖୁସି କପୁର ମଧ୍ୟ ଅଭିନୟ ଦୁନିଆରେ ପାଦ ରଖିପାରନ୍ତି, କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.