ETV Bharat / sitara

ସୁଶାନ୍ତ ମାମଲାରେ ‘ସିବିଆଇ ଜୟହୋ’ କହିଲେ ସୁବ୍ରମଣ୍ୟମ

author img

By

Published : Aug 19, 2020, 3:31 PM IST

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି ଯେ ସିବିଆଇ ବର୍ତ୍ତମାନ ଏହି ମାମଲାର ତଦନ୍ତ କରିବ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରି ସୁବ୍ରମଣ୍ୟମ ସ୍ବାମୀ ଲେଖିଛନ୍ତି ଯେ, 'ସିବିଆଇ ଜୟ ହୋ' । ଅଧିକ ପଢନ୍ତୁ...

subramanian swamy hails sc verdict in sushant case
ସୁଶାନ୍ତ କେସରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପ୍ରଂଶସା କଲେ ସୁବ୍ରମଣ୍ୟମ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟମୟ ଆତ୍ମହତ୍ୟା ଘଟଣାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୁପ୍ରିମକୋର୍ଟଙ୍କୁ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ପ୍ରଶଂସା କରିଛନ୍ତି ।

ସ୍ୱାମୀ ଟ୍ୱିଟରରେ ଲେଖିଛନ୍ତି, 'ସିବିଆଇ ଜୟ ହୋ' ।

  • CBI jay ho

    — Subramanian Swamy (@Swamy39) August 19, 2020 " class="align-text-top noRightClick twitterSection" data=" ">

ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ସୁପ୍ରିମକୋର୍ଟ ବୁଧବାର ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଏହି ମାମଲାରେ ଏପର୍ଯ୍ୟନ୍ତ ସଂଗୃହିତ ସମସ୍ତ ପ୍ରମାଣ ଅନୁସନ୍ଧାନ ବ୍ୟୁରୋକୁ ହସ୍ତାନ୍ତର କରିବାକୁ କୋର୍ଟ ମୁମ୍ବାଇ ପୋଲିସକୁ କହିଛନ୍ତି ।

ଜଷ୍ଟିସ୍ ହୃଶିକେଶ ରାୟ କହିଛନ୍ତି ଯେ, ସିବିଆଇ କେବଳ ପାଟନାରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ କୁ ଯାଞ୍ଚ କରିବ ନାହିଁ ବରଂ ଏହି ମାମଲା ସହ ଜଡିତ ଅନ୍ୟ କୌଣସି ଏଫ୍ଆଇଆର୍ କୁ ମଧ୍ୟ ଯାଞ୍ଚ କରିପାରିବ ।

ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ମହାରାଷ୍ଟ୍ର ସରକାର ଏହି ଆଦେଶ ପାଳନ କରିବା ସହ ସାହାଯ୍ୟ କରିବା ଉଚିତ।

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଆବଶ୍ୟକ ହେଲେ ସିବିଆଇ ମଧ୍ୟ ଏକ ନୂଆ ମାମଲା ଦାୟର କରିବାକୁ ମୁକ୍ତ ଅଟେ ।

ପ୍ରକାଶ ଥାଉ କି, ସ୍ୱାମୀ 16 ଅଗଷ୍ଟରେ ସୁଶାନ୍ତଙ୍କ ମୃତ୍ୟୁକୁ ଏକ ହତ୍ୟା ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.