ETV Bharat / sitara

ଭାଇରାଲ ହେଉଛି ‘ପ୍ୟାର କି ଗଙ୍ଗା ବହେ, ଦେଶ ମେଁ ଏକତା ରହେ’

author img

By

Published : Dec 26, 2019, 9:49 PM IST

ନିଜ ଦ୍ବାରା ନିର୍ମାଣ କରିଥିବା ବହୁ ପୁରୁଣା ଗୀତ ଜରିଆରେ ସିଏଏ ବିରୋଧ ପ୍ରଦର୍ଶନ ଉପରେ ବୟାନ ଦେଲେ ଲୋକପ୍ରିୟ ନିର୍ମାତା ସୁଭାଷ ଘାଇ ।

subhash ghai
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁଭାଷ ଘଇ ଫ୍ୟାନକ୍ଲବ

ମୁମ୍ବାଇ: ସଂଶୋଧିତ ନାଗରିକତା ଆଇନ ବିରୋଧ ପ୍ରଦର୍ଶନ ଦେଶରେ ଥମିବାର ନାଁ ନେଉନାହିଁ । ଜନସାଧରଣଙ୍କଠୁ ନେଇ ବଲିଉଡ ସେଲିବ୍ରିଟି ମଧ୍ୟ ଏବି ବିରୋଧ ପ୍ରଦର୍ଶନରେ ନିଜ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ବି-ଟାଉନର ଅନେକ କଳାକାରଙ୍କ ପରେ ଏବେ ଫେମସ ନିର୍ଦ୍ଦେଶକ ସୁଭାଷ ଘାଇ ଏହି ମାମଲାରେ ବୟାନ ରଖିଛନ୍ତି । ଏକ ସାକ୍ଷାତକାରରେ ଯୋଗ ଦେଇ ନିଜ ମନ କଥା ବଖାଣିଥିଲେ ସୁଭାଷ । ସେ କହିଥିଲେ ଯେ ବିରୋଧ ପ୍ରଦର୍ଶନ କରିବାକୁ ସେତିକି ବେଳେ ଓହ୍ଲାଆନ୍ତୁ ଯେତେବେଳେ ଆପଣ ସଠିକ୍ ରୂପେ ଏହି ଦୁଇ ଆଇନ ବିଷୟରେ ପଢିସାରିବ ।

  • " class="align-text-top noRightClick twitterSection" data="">

ଇତିମଧ୍ୟରେ ସୁଭାଷଙ୍କ ଏକ ଫେମସ ମ୍ୟୁଜିକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 1992-93ରେ ହିନ୍ଦୁ-ମୁସଲିମ ଦଙ୍ଗା ପରେ ସୁଭାଷ, ଫେମସ ଅଭିନେତା ଅନିଲ କପୁର, ଜ୍ୟାକି ଶ୍ରଫ, ଗୋବିନ୍ଦା, ସଲମାନ ଖାନ, ରଜନୀକାନ୍ତ, ଚିରଞ୍ଜୀବ ଭଳି ଷ୍ଟାରକୁ ନେଇ ଏକ ଗୀତ ପ୍ୟାର କି ଗଙ୍ଗା ବହେ, ଦେଶ ମେ ଏକତା ରହେ ନିର୍ମାଣ କରିଥିଲେ । ଗୀତରେ ଗୋଟିଏ ପିଢି ଆଗାମୀ ପିଢିକୁ ଦେଶର ଖରାପ ପରିସ୍ଥିତି ବିଷୟରେ କହି ଦେଶ ବଞ୍ଚାଇବାକୁ ପରାର୍ମଶ ଦେଉଥିବାର ନଜର ଆସୁଛନ୍ତି । ଗୀତଟିକୁ ଲେଖିଥିଲେ ଲୋକପ୍ରିୟ ଲେଖକ ଜାଭେଦ ଅଖତର ।

ଗୀତକୁ ଆଧାର କରି ସୁଭାଷ ସାକ୍ଷାତକାରରେ କହିଥିଲେ ଯେ ବର୍ତ୍ତମାନ ଦେଶର ଯେଉଁ ପରିସ୍ଥିତି ଅଛି ସେ ବହୁପୂର୍ବରୁ ତାଙ୍କ ଏହି ଗୀତରେ ଆଧାର କରିଥିଲେ । ପୂର୍ବରୁ ଏହି ପରି ବିବାଦ ହେଉନଥିଲା । ହେଲେ ବର୍ତ୍ତମାନ ଦେଶରେ ଏମିତି ବିବାଦ ଦେଖିବାକୁ ମିଳୁଛି । ଆମକୁ ହିଂସା କରିବାର ଅଧିକାର ନାହିଁ । ହିଂସାରୁ କ୍ରୋଧ ଆହୁରି ବଢିବ ।

‘ଆଜି ସୋସିଆଲ ମିଡିଆ ଜରିଆରେ ଲୋକଙ୍କୁ କନଫ୍ୟୁଜ କରାଯାଉଛି । ଆଜି ଲକ୍ଷାଧିକ ଲୋକ କ୍ରିଟିକ୍ସ ହୋଇସାରିଲେଣି । ଏହି ଡର ବିସ୍ତାର କରାଯାଉଛି ଯେ ଆପଣଙ୍କୁ ଏହି ଦେଶରୁ ବାହାର କରିଦିଆଯିବ । କେହି ନେତା ଏତେ ବଡ ନିଷ୍ପତ୍ତି କେମିତି ନେଇପାରିବେ ଯେ ନିଜ ଦେଶର ଲୋକକୁ ବାହାର କରିଦେବେ । ଏହି ହିଂସାରେ 80 ଶତକଡାକୁ ଏହା ଜଣାନାହିଁ ପ୍ରସଙ୍ଗ କଣ । ଅନେକ ନେତାଙ୍କୁ ମଧ୍ୟ ଏହାର ସଠିକ୍ ସୂଚନା ନାହିଁ । ମୁଁ ମୋ ନିଜ ଦେଶରେ କିପରି ନିଆଁ ଲଗାଇପାରିବି । ମତେ ଯାହାର ବିରୋଧ କରିବାର ଅଛି ତାହା ମୋ କାମ ଜରିଆରେ କରିବି । ବିନା କାରଣରେ ବିରୋଧ କରି ନିଜର ମଜାକ ଉଡାଇବି ନାହିଁ ବୋଲି କହିଥିଲେ ସୁଭାଷ ।’

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.