ମୁମ୍ବାଇ : ଲକଡାଉନ ସମୟରେ ସୁପରଷ୍ଟାର ଶାହରୁଖ ଖାନ ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି । ଏହି ସମୟରେ, ସେ ନିଜ ଇନଷ୍ଟାଗ୍ରାମରେ ଏକ ନୂଆ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଏହି ସମୟରେ ସକାରାତ୍ମକ ଚିନ୍ତା କରିବାକୁ ପଡିବ। କାରଣ ପରେ ଏହା କେବଳ ସ୍ମୃତି ହୋଇରହିଯିବ ।
ଅଭିନେତା କହିଛନ୍ତି ଯେ, ମୁଁ ବିଶ୍ୱାସ କରେ ଆମ ଜୀବନର ଏ ହେଉଛି ସେହି ମୁହୂର୍ତ୍ତ ଯେଉଁଠି ଆମ ପାଖରେ ସମୟ ଅଛି । ଏହି ସମୟକୁ ଆମେ ଆମ ପରିବାର ଲୋକଙ୍କ ସହ ବାଣ୍ଟିପାରିବା । ଯାହା ପରେ କେବଳ ଏକ ସ୍ମୃତି ହୋଇ ରହିବ । ସମସ୍ତଙ୍କୁ ସୁରକ୍ଷିତ ରହିବାକୁ କାମନା କରୁଛି । ସୁରକ୍ଷିତ ରୁହନ୍ତୁ । ସୁସ୍ଥ ରୁହନ୍ତୁ । ଅଭିନେତା ଏହି ପୋଷ୍ଟକୁ ଏକ ମଜାଳିଆ ଢଙ୍ଗରେ ଶେଷ କରି ଲେଖିଥିଲେ, ମୁଁ ... ଭାବିଲି ମୁଁ ଏହି ଫଟୋରେ ଭଲ ଦେଖାଯାଉଛି ।
ଏହା ପୂର୍ବରୁ ଶାହାରୁଖ ଖାନ ମଧ୍ୟ କରୋନା ସହାୟତାରେ ସହଯୋଗର ହାତ ବଢାଇଛନ୍ତି । ଶାହାରୁଖ ଖାନଙ୍କ ବ୍ୟତୀତ ବଲିଉଡର ଅନେକ ସେଲବ୍ରିଟିମାନଙ୍କ ଏହି ବିପଦ ସମୟରେ ଛିଡା ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ