ମୁମ୍ବାଇ: ଖୁବଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଶ୍ରୀଲଙ୍କା ଗାୟିକା ୟୋହାନି । ନିକଟରେ 'ମାନିକେ ମାଗେ ହିତେ' ଗାଇ ସେ ସୋସିଆଲ ମିଡିଆର ସେନସେସନ ଗାର୍ଲ ପାଲଟିଥିବା ବେଳେ ଏବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଅଜୟ ଦେବଗନ, ସିଦ୍ଧାର୍ଥ ମଲହୋତ୍ରା ଓ ରକୁଲ ପ୍ରୀତଙ୍କ ଫିଲ୍ମ 'ଥ୍ୟାଙ୍କ ଗଡ'ରେ ସେ ମାନିକେ ମାଗେ ହିତେ ଟ୍ରାକକୁ ହିନ୍ଦି ଭର୍ସନରେ କଣ୍ଠ ଦାନ କରିବେ ।
- " class="align-text-top noRightClick twitterSection" data="
">
ଏନେଇ ଫିଲ୍ମ ନିର୍ଦ୍ଦେଶକ ଇନ୍ଦ୍ର କୁମାର କହିଛନ୍ତି ଯେ ୟୋହାନିଙ୍କ ଗୀତ ଏକ ସୁପରହିଟ ଟ୍ରାକ ହୋଇପାରିଛି । ଏହି ବ୍ଲକବଷ୍ଟର ଟ୍ରାକ୍ 'ଥ୍ୟାଙ୍କ ଗଡ' ଫିଲ୍ମ ପାଇଁ ଦେଇଥିବାରୁ ମୁଁ ଭୂଷଣଜୀଙ୍କୁ ଧନ୍ୟବାଦ ଜଣାଉଛି । ତେବେ ଖୁବଶିଘ୍ର ଏହାର ଟ୍ରାକ ପ୍ରସ୍ତୁତ କରାଯାଇ ସୁଟିଂ ଆରମ୍ଭ ହେବ ଏବଂ ଆଗାମୀ ବର୍ଷ ଏହା ରିଲିଜ ହେବା ନେଇ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଇନ୍ଦ୍ର କୁମାର ।
ତେବେ ଏନେଇ ୟୋହାନି ବେଶ ଖୁସିଥିବା ବେଳେ କହିଛନ୍ତି ଯେ ମୋତେ ଭାରତବାସୀ ବହୁତ ଭଲପାଇବା ଦେଇଛନ୍ତି । ବଲିଉଡରେ ମୋର ଗୀତ କୁ ହିନ୍ଦୀ ଟ୍ରାକରେ ମୋତେ ଗାତ ଗାଇବାକୁ ସୁଯୋଗ ମିଳିଥିବାରୁ ମୁଁ ଭୂଷଣ କୁମାର, ଇନ୍ଦ୍ର କୁମାରଙ୍କୁ ଧନ୍ୟବାଦ ଜଣାଉଛି । ତେବେ ନିକଟରେ 'ବିଗବସ ୧୫' ଓ 'ବିଗ୍ ପିକ୍ଚର' ରିୟାଲିଟି ଶୋ'ରେ ଗେଷ୍ଟ ଭାବେ ଯୋଗ ଦେଇଥିଲେ ୟୋହାନି ।
@ANI