ETV Bharat / sitara

PANKAJ TRIPATHI B'DAY: ଭଗବାନଙ୍କ ନାଁ ନେଇ ବଲିଉଡ଼ରେ ମାଗୁଥିଲେ କାମ - ଜନ୍ମଦିନ

ବଲିଉଡ଼ର ଜଣାଶୁଣା ଚେହେରା ପଙ୍କଜ ତ୍ରିପାଠୀଙ୍କ ଆଜି ହେଉଛି ଜନ୍ମଦିନ । ୪୫ ବର୍ଷରେ ପାଦ ଥାପିଛନ୍ତି ଏହି କଳାକାର । ନିଜ ପରିଶ୍ରମରେ ହୋଇପାରିଛନ୍ତି ସୁପରଷ୍ଟାର । ଛୋଟ ବେଳ ଷ୍ଟେଜରୁ ବଲିଉଡର ଯାତ୍ରା ତାଙ୍କର ଥିଲା ବେଶ ରୋମାଞ୍ଚକର । ପ୍ରଭୁଙ୍କ ନାଁ ନେଇ ବଲିଉଡ଼ରେ ମାଗୁଥିଲେ କାମ । କିନ୍ତୁ ନିଜ ବଳିଷ୍ଠ ଅଭିନୟରେ ଆଜି ବଲିଉଡ଼ର ବନିଛନ୍ତି ବାଦଶାହ । ଜାଣନ୍ତୁ କିପରି ରହିଛି ତାଙ୍କର ବଲିଉଡ଼ର ଯାତ୍ରା...

PANKAJ TRIPATHI B'DAY: ପ୍ରଭୁ ନାଁ ନେଇ ବଲିଉଡ଼ରେ ମାଗୁଥିଲେ କାମ

author img

By

Published : Sep 5, 2021, 4:31 PM IST

ହାଇଦ୍ରାବାଦ: ପଙ୍କଜ ତ୍ରିପାଠୀ, କେବଳ ନାମ ହିଁ ଯଥେଷ୍ଟ । ତାଙ୍କ ବଳିଷ୍ଠ ଅଭିନୟ ଆଜି ତାଙ୍କୁ ଅଭିନୟ ଜଗତରେ ଦେଇଛି ସ୍ବତନ୍ତ୍ର ପରିଚୟ । ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଅଭିନୟର ପାଲଟିଛନ୍ତି ଦିୱାନା । ତାଙ୍କର ଗୋଟିଏ ଫିଲ୍ମ ଦେଖିବା ପରେ ଆଗାମୀ ଫିଲ୍ମକୁ କେବେ ବି ମିସ୍‌ କରିନଥାନ୍ତି ପ୍ରଂଶସକ । ପଙ୍କଜଙ୍କ ପ୍ରତ୍ୟେକ ଚରିତ୍ରରେ ବଳିଷ୍ଠ ଭୂମିକା ରହିଥିବା ବେଳେ ସେ ସେଥିରେ ନିଖୁଣତା ଭରି ଦେଇଥାନ୍ତି । ଆଉ ପରେ ସେହି ଚରିତ୍ରଟି 'ଆଇକନିକ' ବନିଯାଏ । ଆଜି ଏହି ବିଶିଷ୍ଟ, ଲୋକପ୍ରିୟ ଅଭିନେତା ଜଣକ ୪୫ ବର୍ଷରେ ପାଦ ଥାପିଛନ୍ତି । ଏବେ ବଲିଉଡ଼ରେ ଛାଇ ଯାଇଥିବା ଏହି ଅଭିନେତା ଜଣକ ଦିନେ ପ୍ରଭୁଙ୍କ ନାମ ନେଇ ବଲିଉଡ଼ରେ ମାଗୁଥିଲେ କାମ ।

ଲୁକ୍କା ଛୁପ୍ପିରେ କାର୍ତ୍ତିକ ଓ କ୍ରିତିଙ୍କ ସହ ପଙ୍କଜ

ବିହାରର ଏକ ଛୋଟ ଗାଁରୁ ବଲିଉଡ଼ ପର୍ଯ୍ୟନ୍ତ ଯାତ୍ରା:-

ପଙ୍କଜ ବିହାରର ଏକ ଛୋଟ ଜିଲ୍ଲା ଗୋପାଳଗଞ୍ଜରୁ ବାହାରି ଦେଖିଥିଲେ ବଲିଉଡ଼ର ସ୍ବପ୍ନ । ସେ ନିଜ ଅଭିନୟ ବଳରେ ଏଭଳି ସଫଳତା ହାସଲ କଲେ ଯେ ଏବେ ବଲିଉଡ଼ରେ ଲକ୍ଷ ଲକ୍ଷ ଅଭିନେତାଙ୍କ ମଧ୍ୟରେ ପଙ୍କଜ ତ୍ରିପାଠୀ ହୋଇ ନିଜର ନାମ କମାଇଛନ୍ତି । ବର୍ତ୍ତମାନ ସେ କୌଣସି ବଡ଼ ସେଲିବ୍ରିଟିଠାରୁ କମ ନୁହଁନ୍ତି । କିନ୍ତୁ ଏପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପଙ୍କଜକୁ କରିବାକୁ ପଡ଼ିଥିଲା କଠିନ ପରିଶ୍ରମ । ଏହା ସତ ଯେ ବର୍ତ୍ତମାନ ତାଙ୍କ ନିକଟରେ କାମର ଅଭାବ ନାହିଁ, କିନ୍ତୁ ସେ ନିଜ ଅଭିନୟର ଯାଦୁ ଦେଖାଇବା ପାଇଁ ଭଗବାନଙ୍କ ନାଁ ନେଇ କାମ ମାଗୁଥିଲେ ।

PANKAJ TRIPATHI B'DAY: ପ୍ରଭୁ ନାଁ ନେଇ ବଲିଉଡ଼ରେ ମାଗୁଥିଲେ କାମ
PANKAJ TRIPATHI B'DAY: ପ୍ରଭୁ ନାଁ ନେଇ ବଲିଉଡ଼ରେ ମାଗୁଥିଲେ କାମ

ଏତିକି ଟଙ୍କାରେ ମୁମ୍ବାଇ ପହଞ୍ଚିଥିଲେ ପଙ୍କଜ:-

ପଙ୍କଜକୁ ଛୋଟ ବେଳୁ ଅଭିନୟ ପ୍ରତି ଦୁର୍ବଳତା ଥିଲା । ଯେତେବେଳେ ସେ ପାଟନା ବିଶ୍ବବିଦ୍ୟାଳୟରେ ପାଠ ପଢୁଥିଲେ, ସେତେବେଳେ ସେ ଛୋଟ ଛୋଟ ନାଟକରେ ଅଭିନୟ କରୁଥିଲେ । ପାଟନା ବିଶ୍ବବିଦ୍ୟାଳୟରୁ ସେ ହୋଟେଲ ମ୍ୟାନେଜମେଣ୍ଟ ଡିଗ୍ରୀ ହାସଲ କରିବା ପରେ ୨ ବର୍ଷ ପର୍ଯ୍ୟନ୍ତ ଏକ ହୋଟେଲରେ ରୋଷେୟା ଭାବେ କାର୍ଯ୍ୟ କରିଥିଲେ । କିନ୍ତୁ ଅଭିନୟ ପ୍ରତି ପଙ୍କଜଙ୍କ ଦୁର୍ବଳତା ତାଙ୍କୁ ମୁମ୍ବାଇରେ ପହଞ୍ଚାଇଥିଲା । ୨୦୦୪ ମସିହାରେ ସ୍ବପ୍ନର ସହର ମୁମ୍ବାଇରେ ପଡ଼ିଲା ପଙ୍କଜଙ୍କ ପାଦ । ତାଙ୍କ ଆଖିରେ କେବଳ ଗୋଟିଏ ସ୍ବପ୍ନ ଥିଲା ବଲିଉଡ଼ରେ ଅଭିନୟ । ଏହି ମହଙ୍ଗା ସହରରେ ମାତ୍ର ୪୬ ହଜାର ଟଙ୍କା ନେଇ ପତ୍ନୀଙ୍କ ସହ ପହଞ୍ଚିଥିଲେ ପଙ୍କଜ । ଏହାପରେ ବଲିଉଡ଼ରେ ପାଦ ଥାପିବା ପାଇଁ ତାଙ୍କର ସଂଘର୍ଷ ଆରମ୍ଭ ହୋଇଥିଲା ।

ସ୍ତ୍ରୀ ଫିଲ୍ମରେ ପଙ୍କଜ
'ସ୍ତ୍ରୀ' ଫିଲ୍ମରେ ପଙ୍କଜ

ପ୍ରଭୁଙ୍କ ନାଁରେ ମାଗୁଥିଲେ କାମ:-

ପଙ୍କଜ ବଲିଉଡ଼ରେ ନିଜ ପରିଚୟ ବନାଇବା ପରେ ସୋସିଆଲ ମିଡ଼ିଆରେ ନିଜ ସଂଘର୍ଷର କାହାଣୀ ସମ୍ପର୍କରେ ସୂଚନା ଦେଇଥିଲେ । ଯେତେବେଳେ ସେ ଅଭିନୟ ପାଇଁ ବଲିଉଡ଼ରେ ସଂଘର୍ଷର ଯାତ୍ରା ଆରମ୍ଭ କରିଥିଲେ ସେତେବେଳେ ପୁରୁଷ କଳାକାରଙ୍କୁ ଏତେଟା ସୁଯୋଗ ଦିଆଯାଉନଥିଲା । ଫଟୋ ଦେଖିବା ପରେ ହିଁ କଳାକାରଙ୍କୁ ଅଡିଶନ ପାଇଁ ଡାକୁଥିଲେ । ସେତେବେଳେ କାଷ୍ଟିଂ ଡିରେକ୍ଟର ନଥିବାରୁ କାମ ମାଗିବା ପାଇଁ ୟୁନିଟର ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ପଡୁଥିଲା । କିନ୍ତୁ ତାଙ୍କୁ କାମ ନ ମିଳିବା ପରେ ତାଙ୍କୁ ଭଗବାନ ପଠାଇଛନ୍ତି ବୋଲି ସେ ପ୍ରଡକ୍ସନ ହାଉସରେ କହୁଥିଲେ । ଯେତେବେଳେ ତାଙ୍କୁ ଭଗବାନଙ୍କ ସମ୍ପର୍କରେ କିଛି ପ୍ରଶ୍ନ ପଚରା ଯାଉଥିଲା ସେତେବେଳେ ସେ ଆକାଶ ଆଡ଼କୁ ଆଙ୍ଗୁଠି ଦେଖାଉଥିଲେ । ଏଭଳି ଆଚରଣ ପରେ କିଛି ଲୋକ ବିରକ୍ତିଭାବ ପ୍ରକାଶ କରୁଥିବା ବେଳେ ଅନ୍ୟ କିଛି ଲୋକ ତାଙ୍କ ଆଚରଣରେ ହସି ଦେଉଥିବା ସେ ପ୍ରକାଶ କରିଥିଲେ ।

ପଙ୍କଜଙ୍କ ଡେବ୍ୟୁ ଫିଲ୍ମ 'ରନ'
ପଙ୍କଜଙ୍କ ଡେବ୍ୟୁ ଫିଲ୍ମ 'ରନ'

ଅଭିଷେକ ବଚ୍ଚନଙ୍କ ଫିଲ୍ମ 'ରନ'ରୁ କରିଥିଲେ ଡେବ୍ୟୁ:-

ପଙ୍କଜ ତ୍ରିପାଠୀ ଅଭିଷେକ ବଚ୍ଚନଙ୍କ ଫିଲ୍ମ 'ରନ୍‌'ରୁ ବଲିଉଡ଼ରେ ଡେବ୍ୟୁ କରିଥିଲେ । ଏଥିରେ ତାଙ୍କୁ ଏକ ଛୋଟ ଭୂମିକା ମିଳିଥିଲା । 'କିନ୍ତୁ ଗ୍ୟାଙ୍ଗ୍ସ ଅଫ ୱାସେପୁର'ରୁ ତାଙ୍କୁ ପରିଚୟ ମିଳିଥିଲା । ଏହାପରେ ସେ କେବେ ପଛକୁ ଚାହିଁନାହାନ୍ତିଷ । ଗୋଟିଏ ପରେ ଗୋଟିଏ ବଳିଷ୍ଠ ଭୂମିକା ପ୍ଲେ କରି ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି । 'ଫୁକରେ ରିଟର୍ଣ୍ଣସ', 'ଲୁକ୍କା ଛୁପ୍ପି ', 'ବରେଲି କି ବର୍ଫି', 'ସୁପର ୩୦', 'ସ୍ତ୍ରୀ' ଓ 'ମିମି' ଆଦି ଫିଲ୍ମରେ କାମ କରିଛନ୍ତି । ଏହାବ୍ୟତୀତ ସେ 'ମିର୍ଜାପୁର' ଓ 'ସେକ୍ରେଡ଼ ଗେମ୍ସ' ଭଳି Web seriesରେ ମଧ୍ୟ କାମ କରିଛନ୍ତି ।

ୱେବ ସିରିଜରେ ପଙ୍କଜଙ୍କ ଜଲୱା
ୱେବ ସିରିଜରେ ପଙ୍କଜଙ୍କ ଜଲୱା

ଅଭିନୟରେ ଛାଡିଥାନ୍ତି ବାସ୍ତବତାର ଛାପ:-

ଏହି କଳାକାର ଜଣକ ସର୍ବଦା ନିଜ ଭୂମିକାରେ ବାସ୍ତବତାର ଛାପ ଛାଡ଼ିଥାନ୍ତି । ପ୍ରତିଟି ଚରିତ୍ରରେ ସେ ଜୀବନ ଭରି ଦେଇଥାନ୍ତି । ଫଳରେ ତାଙ୍କ ଅଭିନୟ ଅତ୍ୟନ୍ତ ଜୀବନ୍ତ ଲାଗେ । ସେ କମେଡ଼ି ହେଉ କି ଅନ୍ୟ କେଉଁ ଚରିତ୍ର ପ୍ରତିଟି ତାଙ୍କ ପ୍ରଂଶସକଙ୍କୁ କରିଥାଏ ଦିୱାନା । ସେ ସର୍ବଦା ତାଙ୍କ ଚରିତ୍ରରେ ଏକ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରନ୍ତି ବୋଲି କୁହନ୍ତି ପଙ୍କଜ । ସେ ମାତ୍ର ୪୫ ବର୍ଷ ବୟସର ହୋଇଥିଲେ ମଧ୍ୟ ପିତାର ଅଭିନୟ କରିଛନ୍ତି । ସେ ଓ ତାଙ୍କ ପୁଅର ବୟସ ମଧ୍ୟରେ ପାର୍ଥକ୍ୟ ମାତ୍ର ୭ ବର୍ଷ ବ୍ୟବଧାନ ଥିଲେ ମଧ୍ୟ ସେ ନିଜକୁ ବୟସ୍କ ଦେଖାଇବା ପାଇଁ ପ୍ରୟାସ କରନ୍ତି ବୋଲି କହିଛନ୍ତି । ପୂର୍ବରୁ ତାଙ୍କ ପ୍ରକୃତ ବୟସଠାରୁ ୧୦ରୁ ୧୫ ବର୍ଷ ଅଧିକ ଚରିତ୍ର ମିଳୁଥିଲା । କିନ୍ତୁ ବର୍ତ୍ତମାନ ତାଙ୍କୁ ତାଙ୍କ ବୟସ ଅନୁସାରେ ଚରିତ୍ର ମିଳୁଥିବାରୁ ସେ ଖୁସିଥିବା କହିଛନ୍ତି ।

'ମିମି'ରେ ପଙ୍କଜ
'ମିମି'ରେ ପଙ୍କଜ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.