ଚେନ୍ନାଇ: କୋରୋନା ଟେଷ୍ଟ ପଜିଟିଭ ଆସିବା ପରେ ପ୍ରଖ୍ୟାତ ଗାୟକ ଏସପି ବାଲସୁବ୍ରମଣ୍ୟମଙ୍କୁ ଗତ 5 ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛନ୍ତି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।
ଏମଜିଏମ ହେଲଥ୍ କେୟାର ୟୁନିଟରେ ବାଲ ସୁବ୍ରମଣ୍ୟମ ଚିକିତ୍ସିତ ହେଉଛନ୍ତି । ମେଡିକାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଭେଣ୍ଟିଲେଟର ଏବଂ ଇସିଏମଓରେ ତାଙ୍କୁ ରଖାଯାଇଛି ।
ପୂର୍ବରୁ, ବାଲସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଇଣ୍ଟେନ୍ସିଭ୍ ମେଡିକାଲ୍ କେୟାର (ଆଇସିୟୁ)କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଏବେ ତାଙ୍କୁ ଇସିଏମଓ ସହାୟତା ପ୍ରଦାନ କରାଯାଉଛି । ବର୍ତ୍ତମାନ ଡାକ୍ତରଙ୍କ ସୂଚନା ଅନୁଯାୟୀ, ବାଲସୁବ୍ରମଣ୍ୟମଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ