ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ଏସ. ଏସ ରାଜାମୌଲୀଙ୍କ ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ’ ବଲିଉଡ ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟରେ ଥିବା ପାର୍ଥକ୍ୟକୁ କିଛି କମ କରିବାରେ ସଫଳ ହୋଇଥିଲା । ‘ବାହୁବଳୀ’ ପରେ ସାଉଥ ଇଣ୍ଡିଆନ ଫିଲ୍ମର ଲୋକପ୍ରିୟତା ନର୍ଥ ଇଣ୍ଡିଆରେ ମଧ୍ୟ ଖୁବ୍ ଦେଖିବାକୁ ମିଳୁଛି । ବଲିଉଡର ଅନେକ ଷ୍ଟାର୍ସ ଏବେ ସାଉଥ ମୁହାଁ ହେଲେଣି । ଏହି କ୍ରମରେ ଅଜୟ ଦେବଗନ, ଆଲିୟା ଭଟ୍ଟ, ବିଦ୍ୟା ବାଲନଙ୍କ ଭଳି କଳାକାରଙ୍କ ନାମ ସାମିଲ ଅଛି।
ସେହିପରି ‘ବାହୁବଳୀ’ ଫେମ ପ୍ରଭାସ ‘ସାହୋ’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି । ଫ୍ୟାନ୍ସଙ୍କୁ ପ୍ରଭାସଙ୍କ ବ୍ୟତୀତ ଆଉ କିଛି ସାଉଥ କଳାକାରଙ୍କ ହିନ୍ଦୀ ଡେବ୍ୟୁ ଫିଲ୍ମ ଦେଖିବାର ଅପେକ୍ଷା ଅଛି । କିନ୍ତୁ ଶୁଣିବାକୁ ମିଳୁଛି ଯେ ସାଉଥର ସୁପରଷ୍ଟାର ବଲିଉଡରେ କାମ କରିବାକୁ ପଛ ଘୁଞ୍ଚା ଦେଉଛନ୍ତି । ମହେଶ ବାବୁ, ବିଜୟ ଦେବରକୋଣ୍ଡା, ଅଲ୍ଲୁ ଅର୍ଜୁନ, ବିଜୟ, ବିକ୍ରମ, ୟଶ ଭଳି ଷ୍ଟାର୍ସଙ୍କ ଫ୍ୟାନ୍ସ କେବଳ ସାଉଥରେ ନୁହେଁ ପୁରା ଦେଶରେ ମଧ୍ୟ ଅଛନ୍ତି । ଏମାନଙ୍କ ଫିଲ୍ମର ହିନ୍ଦୀ ଭର୍ସନକୁ ଉତ୍ତର ଭାରତରେ ଦର୍ଶକଙ୍କ ଶାନଦାର ମତାମତ ମିଳେ।
ଏବେ ପ୍ରଶ୍ନ ହେଲା କି ହିନ୍ଦୀ ଫ୍ୟାନ୍ସଙ୍କ ମଧ୍ୟରେ ଏତେ ପପୁଲାର ହେଲା ପରେ ମଧ୍ୟ କାହିଁକି ଏହି ଷ୍ଟାର୍ସ ବଲିଉଡ ଫିଲ୍ମରେ ନଜର ଆସୁନାହାଁନ୍ତି । ମେକର୍ସଙ୍କ ଆପ୍ରୋଚ କରିବା ସତ୍ତ୍ବେ ବଲିଉଡରେ ଏଣ୍ଟ୍ରି କରିବାକୁ ଡରୁଛନ୍ତି ଏହି ଷ୍ଟାର୍ସ । ରଜନୀକାନ୍ତ, କମଲ ହାସନ ଭଳି ଅଭିନେତାଙ୍କୁ ବାଦ ଦେଇ ବହୁତ କମ ରିଜିଓନାଲ ଷ୍ଟାର୍ସ ଅଛନ୍ତି, ଯେଉଁମାନେ ହିନ୍ଦୀ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି।
ପ୍ରକାଶ ଥାଉକି ‘ସାହୋ’ ଫିଲ୍ମର ଡାଇଲଗ ହିନ୍ଦୀରେ କହିଥିଲେ ପ୍ରଭାସ । ଖୁବ୍ ଚେଷ୍ଟା କରିବା ସତ୍ତ୍ବେ ପ୍ରଭାସ ହିନ୍ଦୀ ପରଦାରେ ନିଜର ଯାଦୁ ଦେଖାଇ ପାରିବାରେ ଅସଫଳ ରହିଲେ । ଖରାପ ଡାଇଲଗ ଡେଲିଭରୀକୁ ନେଇ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ମଧ୍ୟ କରାଯାଇଥିଲା । ଏହି କାରଣ ପାଇଁ ହୁଏତଃ ସାଉଥ ଷ୍ଟାର ହିନ୍ଦୀ ଫିଲ୍ମ କରିବାକୁ ଡରୁଛନ୍ତି। ଆଉ ଯଦି ତାଙ୍କ ହିନ୍ଦୀ ଡେବ୍ୟୁ ଫିଲ୍ମ ଫ୍ଲଫ ହୋଇଯିବ ତେବେ ତାଙ୍କ ଷ୍ଟାରଡମ ପ୍ରତି କ୍ଷତି ହେବ ବୋଲି ସେମାନେ ଭାବୁଛନ୍ତି । ତେଣୁ ଏସବୁ କାରଣ ପାଇଁ ହୁଏତଃ ହିନ୍ଦୀ ଫିଲ୍ମକୁ ଡରୁଛନ୍ତି ସାଉଥ କଳାକାର।