ଚେନ୍ନାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତ ବୁଧବାର ଏକ ୟୁଟ୍ୟୁବ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ତାମିଲନାଡୁ ସରକାରଙ୍କ ପ୍ରଶଂସା କରିଛନ୍ତି । ଏହି ଚ୍ୟାନେଲ ଭଗବାନ ମୁରଗନଙ୍କୁ ବଦନାମ କରି କହିଥିଲା ଧାର୍ମିକ ଘୃଣା ଏବଂ ‘ଗଡ-ବାଇଟିଂ’କୁ ଏବେ ରୋକାଯିବା କଥା ।
‘କଣ୍ଡା ସାସ୍ତି କଭଚମ’ ଯାହା ଭଗବାନଙ୍କ ପ୍ରଶଂସାରେ ଗାଇଥିବା ଏକ ତାମିଲ ଭଜନ ଥିଲା । ହେଲେ ଏହାଦ୍ବାରା କୋଟି କୋଟି ତାମିଲ ଲୋକ ମର୍ମାହତ ହୋଇଥିଲେ।
ଏହି ମାମଲା ଉପରେ ରଜନୀ ଟ୍ବିଟ କରି ଲେଖିଛନ୍ତି, ‘ତାମିଲନାଡୁ ସରକାର ସେହି ଲୋକଙ୍କ ବିରୋଧରେ ନେଇଥିବା ଆକ୍ସନ ପାଇଁ ମୁଁ ପ୍ରଶଂସା କରୁଛି। ଯେଉଁମାନେ ଖରାପ ଢଙ୍ଗରେ କଣ୍ଡା ସାସ୍ତି କଭଚମକୁ ବଦନାମ କରିବା ସହ ଅନେକ ତାମିଲ ଲୋକଙ୍କ ଭାବନାକୁ ଆହତ କରିଥିଲେ । ସେହି ଚ୍ୟାନେଲରେ ସମ୍ପୃକ୍ତ ଥିବା ଅନ୍ୟ ଭିଡିଓକୁ ହଟାଇବା ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି । କାହାରି ଧାର୍ମିକ ଭାବନାକୁ ଆହତ ପହଞ୍ଚାଇବାର କାହାକୁ ଅଧିକାର ନାହିଁ।’
ପ୍ରକାଶ ଥାଉକି ୟୁଟ୍ୟୁବ ଚ୍ୟାନେଲ କାରୁପର କୁଟ୍ଟମ(ବ୍ଲାକ ଗ୍ରୁପ) କଣ୍ତା ସାସ୍ତିରେ ଅଶ୍ଲୀଳ ବାଖ୍ୟା ଦେଇଥିଲା । ଯାହାକୁ ଆଧାର କରି ବିଜେପି, ହିନ୍ଦୁ ସମର୍ଥନ ସଙ୍ଗଠନ ଏହି ଗୋଷ୍ଠୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ପରେ ତାମିଲନାଡୁ ସରକାର ଆକ୍ସନ ନେଇ ଚ୍ୟାନେଲ ଉପରେ କାର୍ଯ୍ୟନୁଷ୍ଠାନ କରିଛନ୍ତି। ସେହିପରି ଏଯାବତ ଭିଡିଓରେ ଦେଖାଯାଇଥିବା ଆଙ୍କର ସମେତ ଆଉ 4 ଜଣକୁ ପୋଲିସ ଗିରଫ କରିସାରିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ