ETV Bharat / sitara

ପ୍ରଭାସଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ମିଳିବ ଖାସ୍ ଉପହାର

author img

By

Published : Oct 17, 2020, 5:02 PM IST

‘ରାଧେଶ୍ୟାମ’ ଫିଲ୍ମକୁ ନେଇ ସାମ୍ନାକୁ ଆସିଛି ନୂଆ ଖବର । ଫିଲ୍ମ ଜରିଆରେ ଏଥର ଖାସ୍ ହେବ ପ୍ରଭାସଙ୍କ ବର୍ଥଡେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ରାଧେଶ୍ୟାମ’କୁ ନେଇ ଚର୍ଚ୍ଚା । ଏଥର ଅଭିନେତ୍ରୀ ପୂଜା ହେଗଡେଙ୍କ ସହ ରୋମାନ୍ସ କରୁଥିବାର ଆସିବେ ନଜର । ଇତିମଧ୍ୟରେ ମେକର୍ସ ପ୍ରଭାସଙ୍କ ଜନ୍ମଦିନରେ ଫିଲ୍ମର ମୋଶନ ପୋଷ୍ଟର ଜାରି କରିବାକୁ ଘୋଷଣା କରିଛନ୍ତି । ଏହି କଥାର ସୂଚନା ସୋସିଆଲ ମିଡିଆରେ ଦେଇଛନ୍ତି ପ୍ରଭାସ । ଆସନ୍ତା 23 ତାରିଖରେ 41ତମ ବର୍ଥଡେ ସେଲିବ୍ରେଶନ କରିବେ ସେ । ଯାହାକୁ ନେଇ ଉତ୍ସାହିତ ଫ୍ୟାନ୍ସ ।

ନିକଟରେ ଫିଲ୍ମରୁ ପୂଜାଙ୍କ ଫାଷ୍ଟଲୁକ ପୋଷ୍ଟର ସାମ୍ନାକୁ ଆସିଥିଲା । ଅଭିନେତ୍ରୀଙ୍କ 30ତମ ଜନ୍ମଦିନରେ ପୋଷ୍ଟର ରିଲିଜ କରିଥିଲେ ମେକର୍ସ । ଏହାକୁ ସୋସିଆଲ ମିଡିଆରେ ସେୟାର କରି ପ୍ରଭାସ, ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ।

ପ୍ରକାଶ ଥାଉକି ଫିଲ୍ମରେ ପ୍ରଭାସ ଜଣେ ପାମ ରିଡର ଭୂମିକାରେ ନଜର ଆସିବାକୁ ଯାଉଥିବା ବେଳେ ପୂଜା ଜଣେ ସାଧାରଣ ଝିଅ ପ୍ରେରଣା ଭୂମିକାରେ ଦେଖାଯିବେ। ‘ରାଧେଶ୍ୟାମ’ ବ୍ୟତୀତ ପ୍ରଭାସ ନିଜର ଆଉ ଏକ ଫିଲ୍ମ ‘ଆଦିପୁରୁଷ’କୁ ନେଇ ମଧ୍ୟ ବ୍ୟସ୍ତ ଅଛନ୍ତି । ଭଗବାନ ରାମଙ୍କ ଅବତାର ନେଇ ପରଦାକୁ ଫେରିବେ ସେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.