ETV Bharat / sitara

ପାନ୍ ଇଣ୍ଡିଆର ଆଗାମୀ ଫିଲ୍ମରେ ବାହୁବଳୀ, ଟ୍ରେଣ୍ଡ କଲା ‘ପ୍ରଭାସ 25’

author img

By

Published : Mar 24, 2021, 3:12 PM IST

ସାମ୍ନାକୁ ଆସିଲା ଗୁଡନ୍ୟୁଜ । ପ୍ରଭାସଙ୍କ ହାତରେ ଲାଗିଲା ଆଉ ଏକ ପ୍ରୋଜେକ୍ଟ । ‘ଦିଲ୍ ରାଜୁ’ରେ ଆସିବେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ମୋଷ୍ଟ ପପୁଲାର ସାଉଥ ହିରୋ ପ୍ରଭାସ ଏଥର ନିଷ୍ପତ୍ତି ନେଇଛନ୍ତି ନିଜ ଫ୍ୟାନ୍ସଙ୍କୁ ବ୍ୟାକ ଟୁ ବ୍ୟାକ ଫିଲ୍ମ ଆଣି ମନୋରଞ୍ଜନ କରିବେ । ଏହି କ୍ରମରେ ସାମିଲ ଅଛି ‘ରାଧେଶ୍ୟାମ’, ‘ଆଦିପୁରୁଷ’, ‘ସାଲାର’ ଭଳି ଫିଲ୍ମ । ହେଲେ ଇତିମଧ୍ୟରେ ସେ ଆଉ ଏକ ଫିଲ୍ମରେ ସାଇନ କରିଛନ୍ତି । ଯାହାକୁ ନେଇ ବେଶ୍ ଚର୍ଚ୍ଚା । ଆଜ୍ଞା ହଁ, ସେ ପାନ୍ ଇଣ୍ଡିଆର ଆଗାମୀ ଫିଲ୍ମ ‘ଦିଲ୍ ରାଜୁ’ରେ ନଜର ଆସିବେ । ଯାହାର ନିର୍ଦ୍ଦେଶନା କରିବେ ପ୍ରଶାନ୍ତ ନୀଲ । ଏହି ଯୋଡି ଅପକମିଂ ଫିଲ୍ମ ‘ସାଲାର’ରେ ମଧ୍ୟ ଏକାଠି କାମ କରୁଛନ୍ତି ।

ସେପଟେ ‘ଦିଲ ରାଜୁ’ 2023 ମେରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି ମେକର୍ସ । ହେଲେ ଏବେଠୁ ଫିଲ୍ମକୁ ନେଇ ବ୍ୟାକୁଳ ନଜର ଆସୁଛନ୍ତି ଫ୍ୟାନ୍ସ । ବର୍ତ୍ତମାନ ଟ୍ବିଟରରେ ଟ୍ରେଣ୍ଡ କରୁଛି ‘ପ୍ରଭାସ 25’ ମିମି । ଯାହାକୁ ସେୟାର କରି ଖୁସି ପ୍ରକାଶ କରିଛନ୍ତି ସମସ୍ତେ ।

ଯଦି ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଆଦିପୁରୁଷ’ ବିଷୟରେ କଥା ହେବା ତାହାଲେ ଏହି ଫିଲ୍ମରେ ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ ଓ କ୍ରିତି ସାନନ ନଜର ଆସିବେ । ଫିଲ୍ମରେ ସୈଫ ଭିଲେନ ଅବତାରରେ ଅଭିନୟ କରୁଛନ୍ତି । ସେ ରାବଣ ସାଜି ପ୍ରଭାସଙ୍କ ସହ ଫାଇଟ୍ କରିବେ । ଆସନ୍ତା ବର୍ଷ ଅଗଷ୍ଟ 11ରେ ରିଲିଜ ହେବ ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.