ETV Bharat / sitara

ଫ୍ୟାନ୍ସଙ୍କ ପାଇଁ ବାହୁବଳୀଙ୍କ ସରପ୍ରାଇଜ, ସକାଳ 7.11 ରେ କରିବେ ଘୋଷଣା

author img

By

Published : Nov 19, 2020, 7:02 AM IST

ଫିଲ୍ମ ‘ଆଦିପୁରୁଷ’କୁ ନେଇ ନୂଆ ଖବର । ଗୁରୁବାର ଫିଲ୍ମ ଟିମ କରିବେ ବଡ ଘୋଷଣା । ବୁଧବାର ସୂଚନା ଦେଇ ଚର୍ଚ୍ଚାରେ ପ୍ରଭାସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭାସ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭାସ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଆଦିପୁରୁଷ ରୂପ ପରଦାରେ ଦେଖିବାକୁ ଉତ୍ସାହିତ ଦର୍ଶକ । କାରଣ ସେ ଶୀଘ୍ର ନେଇ ଫେରିବେ ଓମ ରାଉତଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଆଦିପୁରୁଷ’ । ଫିଲ୍ମରେ ତାଙ୍କ ସହ ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ ନଜର ଆସିବେ । ଇତିମଧ୍ୟରେ ଫିଲ୍ମ ଟିମ ତରଫରୁ ଗୁରୁବାର ସକାଳ 7.11ରେ ଏକ ଦର୍ଶକଙ୍କୁ ମିଳିବ ବଡ ସରପ୍ରାଇଜ । ଯାହାର ଘୋଷଣା ବୁଧବାର ସୋସିଆଲ ମିଡିଆରେ କରିଥିଲେ ପ୍ରଭାସ ।

ସେ ଇନଷ୍ଟାଗ୍ରାମରେ ଆଦିପୁରୁଷର ଲୋଗୋ ସେୟାର କରିଥିଲେ । ଯାହା ଉପରେ ଲେଖାଥିଲା ଘୋଷଣା ଏବଂ ଆସନ୍ତା କାଲି ସକାଳ 7.11ରେ । ତାଙ୍କ ଏହି ପୋଷ୍ଟ ଭାଇରାଲ ହେବା ପରଠୁ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ଦୁଇଗୁଣ ବଢିଯାଇଛି । ଆଉ ବ୍ୟାକୁଳ ହୋଇ ସମସ୍ତେ ଗୁରୁବାର 7.11କୁ ଅନାଇ ବସିଛନ୍ତି ।

ପ୍ରକାଶ ଥାଉକି ସୈଫ ଓ ପ୍ରଭାସଙ୍କ ବ୍ୟତୀତ ସୁନ୍ଦରୀ ଅଭିନେତ୍ରୀ କିର୍ତ୍ତୀ ସାନନ ମୁଖ୍ୟ ଭୂମିକାରେ ଦେଖାଯିବେ । ଫିଲ୍ମରେ ସେ ରାମା ତଥା ପ୍ରଭାସଙ୍କ ସୀତା ରୂପେ ନଜର ଆସିବେ । ଫିଲ୍ମକୁ ହିନ୍ଦୀ ଓ ତେଲୁଗୁରେ ପ୍ରଥମେ ରିଲିଜ କରାଯିବ । ଏହାପରେ ତାମିଲ, ମାଲାୟାଲମ୍ ଏବଂ କନ୍ନଡରେ ଡବ ହେବ ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.