ETV Bharat / sitara

ପ୍ରଭାସଙ୍କ ମୁଣ୍ଡରେ କୋଟି କୋଟି ଟଙ୍କାର କରଜ !

author img

By

Published : Feb 16, 2021, 1:40 PM IST

ପ୍ରଭାସଙ୍କ ଭଳି ସୁପରଷ୍ଟାର କେବେ ଋଣରେ ବୁଡି ରହିବ ବୋଲି କେହି ସହଜରେ ବିଶ୍ବାସ କରିବେ ନାହିଁ । ହେଲେ ଏମିତି ସମସ୍ୟା ଦେଇ ପ୍ରଭାସ ଗତିକରୁଛନ୍ତି ବୋଲି ଶୁଣିବାକୁ ମିଳୁଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଖୁବଶୀଘ୍ର ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ରାଧେଶ୍ୟାମ’ ନେଇ ପରଦାକୁ ଫେରିବେ ‘ବାହୁବଳୀ’ ଫେମ ପ୍ରଭାସ । ଇତିମଧ୍ୟରେ ତାଙ୍କୁ ନେଇ ଏମିତି ଏକ ଖବର ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଆଜ୍ଞା ହଁ, ଶୁଣିବାକୁ ମିଳୁଛି ଯେ କୋଟି କୋଟି ଟଙ୍କା କରଜରେ ବୁଡି ରହିଛନ୍ତି ପ୍ରଭାସ। ହଜାର କୋଟି ଟଙ୍କାର କରଜ ତାଙ୍କ ମୁଣ୍ଡ ଉପରେ। ଆଉ ଏହି ସମୟରେ ସେ ଅନେକ ସମସ୍ୟା ଦେଇ ମଧ୍ୟ ଗତି କରୁଛନ୍ତି ।

ରିପୋର୍ଟ ଅନୁଯାୟୀ, ପ୍ରଭାସଙ୍କ ନିଜସ୍ବ ପ୍ରଡକ୍ସନ କମ୍ପାନୀ ୟୁଭି କ୍ରିଏସନ୍ ଏବଂ ଭି ସେଲୁଲଏଡ୍ ବର୍ତ୍ତମାନ ବହୁ କ୍ଷତିର ସମ୍ମୁଖୀନ ହୋଇଛି। ଏହି କାରଣରୁ ସେ ଏତେ ବଡ ଋଣର ଝଟକା ଲାଗିଛି। ଏକଥା ତ ସମସ୍ତଙ୍କୁ ଜଣା ଯେ ଗତ ବର୍ଷ କୋରୋନା କାଳ ପାଇଁ ଫିଲ୍ମର ସୁଟିଂ ସବୁ ବନ୍ଦ କରିଦିଆଯାଇଥିଲା । ଏମିତି ଅସୁବିଧା ସମୟରେ ପ୍ରଭାସଙ୍କ ପ୍ରଡକ୍ସନ କମ୍ପାନୀରେ ମଧ୍ୟ କ୍ଷତି ଦେଖିବାକୁ ମିଳିଛି । ହଜାର କୋଟି ଟଙ୍କାର ଋଣ ସୁଝିବାକୁ ଚେଷ୍ଟା ଚଳାଇଛନ୍ତି ପ୍ରଭାସ ।

ସେପଟେ ତାଙ୍କ ପ୍ରଡକ୍ସନ ହାଉସରେ ଏବର୍ଷ ‘ରାଧେଶ୍ୟାମ’ ନେଇ ଫେରିବ । ଫିଲ୍ମରେ ପ୍ରଭାସଙ୍କ ସହ ପୂଜା ହେଗଡେ ମୁଖ୍ୟ ଭୂମିକାରେ ଦେଖାଯିବେ । ଭାଲେଣ୍ଟାଇନ ଅବସରରେ ଫିଲ୍ମର ନୂଆ ଟିଜର ରିଲିଜ କରାଯାଇଥିଲା ।

ପ୍ରକାଶ ଥାଉକି ‘ରାଧେଶ୍ୟାମ’ ବ୍ୟତୀତ ପ୍ରଭାସ ‘ଆଦିପୁରୁଷ’ ଏବଂ ନାଗ ଅଶ୍ବିନଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ସାଇ-ଫାଇ’ରେ ନଜର ଆସିବେ । ବର୍ତ୍ତମାନ ଏହି ଫିଲ୍ମ ଦ୍ବାରା ସେ ନିଜର ଋଣ ସୁଝିବାକୁ ଚେଷ୍ଟା ଚଳାଇଛନ୍ତି ବୋଲି ଶୁଣିବାକୁ ମିଳୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.