ETV Bharat / sitara

କୋରୋନାରୁ ବଞ୍ଚିବା ପାଇଁ ଉପାୟ କହିଲେ ବାହୁବଳୀ

author img

By

Published : Mar 17, 2020, 5:11 PM IST

ସୁପରଷ୍ଟାର ସଲମାନ ଖାନ, ଅମିତାଭ ବଚ୍ଚନଙ୍କ ପରେ ଏବେ ‘ବାହୁବଳୀ’ ଫେମ ପ୍ରଭାସ ଫ୍ୟାନ୍ସଙ୍କୁ ସଚେତନା ବାର୍ତ୍ତା ଦେଇଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କୋରୋନା ଭାଇରସରୁ ଦୂରେଇ ରହିବାକୁ ଫ୍ୟାନ୍ସଙ୍କୁ କହିଛନ୍ତି।

_south superstar prabhas
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭାସ

ମୁମ୍ବାଇ: ସମଗ୍ର ଦୁନିଆ ବର୍ତ୍ତମାନ ଭୟାନକ କୋରୋନା ଭାଇରସ ସଙ୍କଟ ସହ ଲଢୁଛି । ଅନ୍ୟପଟେ ସେଲିବ୍ରିଟି ବାରମ୍ବାର ଜନତାଙ୍କୁ ଏହି ଭାଇରସ ସମ୍ପର୍କରେ ସଚେତନ କରିବାକୁ ଚେଷ୍ଟା ଚଳାଇଛନ୍ତି । ଅନେକ ଷ୍ଟାରଙ୍କ ପରେ ଏବେ ସାଉଥ ସୁପରଷ୍ଟାର ପ୍ରଭାସ ସୋସିଆଲ ମିଡିଆରେ କୋରୋନା ଭାଇରସ ଉପରେ ଏକ ପୋଷ୍ଟ କରିଛନ୍ତି । ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି।

ପୋଷ୍ଟ ଜରିଆରେ ପ୍ରଭାସ ଫ୍ୟାନ୍ସଙ୍କୁ କୋରୋନା ଭାଇରସରୁ ବଞ୍ଚିବାର ଟିପ୍ସ ଦେଇଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଛନ୍ତି,‘ହଁ, ଏହା କଠିନ ସ୍ବାସ୍ଥ୍ୟ ଓ ସାର୍ବଜନିକ ସୁରକ୍ଷା ଚ୍ୟାଲେଞ୍ଜ । ହେଲେ ମନେ ରଖନ୍ତୁ ଯେ ଆମକୁ ଏହି ମହାମାରୀରୁ ବିଜୟ ହାସଲ କରିବା ପାଇଁ ଏକ ଭୂମିକାରେ ଅଭିନୟ କରିବାକୁ ପଡିବ । ସାବଧାନ ରୁହନ୍ତୁ ଏବଂ ଭୁଲ ଜିନିଷରୁ ନିଜକୁ ଦୂରେଇ ରଖନ୍ତୁ । ଯାହାଦ୍ବାରା ଆମକୁ ଏହି ମହାମାରୀରୁ ବୃଦ୍ଧିରେ ଅଙ୍କୁଶ ଲଗାଇବାରେ ସାହାଯ୍ୟ ମିଳିବ।’

ପ୍ରକାଶ ଥାଉ କି, ଏହି ଭାଇରସରେ ଅନେକ ହଲିଉଡ ସେଲିବ୍ରିଟି ସଂକ୍ରମିତ ହୋଇସାରିଲେଣି । ସୋସିଆଲ ମିଡିଆରେ ନିଜ ବିଷୟରେ ଖୁଲାସା କରିବା ସହ ଫ୍ୟାନ୍ସଙ୍କୁ ସୁରକ୍ଷିତ ରହିବାକୁ ପରାର୍ମଶ ଦେବାରେ ଲାଗିଛନ୍ତି ଷ୍ଟାର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.