ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ରାଜେଶ ମହାନ୍ତି ଖୁବଶୀଘ୍ର ମରାଠୀ ଫିଲ୍ମ ଜଗତରେ ନିଜର ସ୍ଥାନ ସ୍ଥାପନ କରିବାକୁ ଯାଉଛନ୍ତି । ସେ ଓଡ଼ିଆ ଚଳଚ୍ଚିତ୍ର ପରେ ଏବେ ତିଆରି କରିବେ ମରାଠୀ ଚଳଚ୍ଚିତ୍ର । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ସେ ମରାଠୀ ଚଳଚ୍ଚିତ୍ର 'କେତକାଥା' ଜରିଆରେ ମରାଠୀ ଚଳଚ୍ଚିତ୍ର ଜଗତରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ମରାଠୀ ସୁପରଷ୍ଟାର ଓମ ଭୁଟକର ।
ପ୍ରକାଶ ଥାଉକି ରାଜେଶଙ୍କ ଓଡ଼ିଆ ଚଳଚ୍ଚିତ୍ର 'ପ୍ରତିଧ୍ବନି' 9 ଥର ନେସନାଲ ଆୱାର୍ଡ ପାଇସାରିଛି । ଆଉ ଗତ ମେ ମାସରେ ଏହି ଚଳଚ୍ଚିତ୍ରଟି କାନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ମଧ୍ୟ ହୋଇଥିଲା । ପ୍ରତିଧ୍ବନିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ସ୍ବପ୍ନା ପରି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ