ETV Bharat / sitara

ସୋନୁଙ୍କ ମହାନତା: ଦୁର୍ଘଟଣାରେ ଆହତ ଯୁବକଙ୍କ ବଞ୍ଚାଇଲେ ଜୀବନ

author img

By

Published : Feb 9, 2022, 1:46 PM IST

ପ୍ରବାସୀ ଶ୍ରମିକଙ୍କ ଭଗବାନ ସାଜିଥିବା ଅଭିନେତା ସୋନୁ ସୁଦ ଏବେ ଚର୍ଚ୍ଚାରେ । ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚାଇ ପୁଣି ପ୍ରଶଂସା ସାଉଁଟିଛନ୍ତି ସୋନୁ ସୁଦ। ଅଧିକ ପଢନ୍ତୁ

ଦୁର୍ଘଟଣାରେ ଆହତ ଯୁବକଙ୍କ ଜୀବନ ବଞ୍ଚାଇଲେ ସୋନୁ ସୁଦ, ଭିଡ଼ିଓ ଭାଇରାଲ

ହାଇଦ୍ରାବାଦ: କାହାର ଜୀବନ ବଞ୍ଚାଇବା ମାନବିକତାର ସବୁଠାରୁ ବଡ ଉଦାହରଣ । ଯିଏ ଜୀବନ ରକ୍ଷା କରେ, ସେ କୌଣସି ଈଶ୍ବରଙ୍କ ଠାରୁ କମ୍ ନୁହେଁ । ବଲିଉଡ ଅଭିନେତା ସୋନୁ ସୁଦ ପ୍ରକୃତରେ ଲୋକଙ୍କ ପାଇଁ ଏକ 'ଭଗବାନ'ଙ୍କ ସ୍ବରୂପ । ଅଭିନେତା କେବଳ ଅନେକ ମଣିଷର ଜୀବନକୁ ପରିବର୍ତ୍ତନ କରିନାହାଁନ୍ତି, ବରଂ ଅନେକଙ୍କୁ ନୂଆ ଜୀବନ ଦେବାରେ ମଧ୍ୟ ସାହାଯ୍ୟ କରିଛନ୍ତି । ଅଜ୍ଞାତ ଲୋକଙ୍କୁ ସାହାଯ୍ୟ କରି ଆଗରେ ଥିବା ବଲିଉଡ ଷ୍ଟାର ସୋନୁ ସୁଦ ଏବେ ପୁଣି ଥରେ ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କରିଛନ୍ତି ।

ଏହି ଘଟଣା ପଞ୍ଜାବର ମୋଗା ସହରର କୋଟକପୁରା ବାଇପାସ୍ ଅଟେ । ଏଠାରେ ଜଣେ ଯୁବକଙ୍କର କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ସୋନୁ ସୁଦ ସଙ୍ଗେ ସଙ୍ଗେ ଅଟକି ଯାଇ ସାହାଯ୍ୟ କରିଥିଲେ। ଦୁର୍ଘଟଣାରେ ଆହତ ଯୁବକଙ୍କୁ ସୋନୁ ନିଜେ କାରରୁ ବାହାର କରି ଡାକ୍ତରଖାନା ନେଇଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ପଞ୍ଜାବର ମୋଗା-ଭଟିଣ୍ଡା ରୋଡରେ ଦୁଇଟି କାର ମଧ୍ୟରେ ଭୟଙ୍କର ଧକ୍କା ହେବା ଫଳରେ ଜଣେ ଯୁବକ କାର ଭିତରେ ହିଁ ଫଶି ରହିଥିଲେ । ଆଉ ଏହି ସମୟରେ ସୋନୁ ସେହି ବାଟ ଦେଇ ଯାଉଥିବା ବେଳେ ଦୁର୍ଘଟଣାସ୍ଥଳରେ ଅଟକିବା ସହ ଯୁବକଙ୍କୁ କାର ଭିତରୁ ବାହାର କରି ଜୀବନ ବଞ୍ଚାଇଛନ୍ତି । ଆହତ ବ୍ୟକ୍ତି ବର୍ତ୍ତମାନ ସୁସ୍ଥ ଅଛନ୍ତି। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.