ETV Bharat / sitara

ଫ୍ୟାନ୍ସଙ୍କୁ ସୋନୁଙ୍କ ଅନୁରୋଧ, ଫଟୋରେ କ୍ଷୀର ଢାଳି କରନି ନଷ୍ଟ - ଭଗବାନଙ୍କ ପରି ସୋନୁଙ୍କୁ ପୂଜା କରୁଛନ୍ତି ଫ୍ୟାନ୍ସ

ନିକଟରେ କିଛି ପ୍ରଶଂସକ ସୋନୁଙ୍କ ପୋଷ୍ଟର ଏବଂ ଫଟୋରେ କ୍ଷୀର ଢାଳି ପୂଜା କରୁଥିବାର ନଜର ଆସିଥିଲେ । ଯେଉଁମାନଙ୍କୁ ଅନୁରୋଧ କରି କ୍ଷୀର ନଷ୍ଟ ନକରିବାକୁ କହିଛନ୍ତି ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : May 26, 2021, 1:50 PM IST

ମୁମ୍ବାଇ: ଗତ ବର୍ଷରୁ ଦେଶବାସୀଙ୍କ କ୍ରମାଗତ ଭାବେ ସେବା କରିଆସୁଛନ୍ତି ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ । ଦିନରାତି ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଉପସ୍ଥିତ ରହୁଛନ୍ତି ସେ । ଯାହା ପାଇଁ ତାଙ୍କୁ ଅନେକ ସ୍ଥାନରେ ଭଗବାନଙ୍କ ପରି ପୂଜା ଅର୍ଚ୍ଚନା କରୁଛନ୍ତି ପ୍ରଶଂସକ । ଇତିମଧ୍ୟରେ ପ୍ରଶଂସକଙ୍କୁ ଖାସ୍ ଅନୁରୋଧ କରି ମନ କଥା କହିଛନ୍ତି ସେ ।

ସେ ନିକଟରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ଲୋକେ ତାଙ୍କ ପୋଷ୍ଟର ଏବଂ ଫଟୋରେ କ୍ଷୀର ଢାଳି ଅଭିଷେକ କରୁଥିବାର ନଜର ଆସୁଥିଲେ । ଏହାକୁ ସେୟାର କରି ସେ ଲେଖିଛନ୍ତି, ‘ନମ୍ର ଅନୁରୋଧ । ଅଭାବୀ ବ୍ୟକ୍ତିଙ୍କ ପାଇଁ କ୍ଷୀର ସଞ୍ଚୟ କର। ଏମିତି ନଷ୍ଟ କରନି ।’

ପ୍ରକାଶ ଥାଉକି ସୋନୁ ନିକଟରେ ରେମଡେସିଭର ଇଞ୍ଜେକ୍ସନ୍ ବିଷୟରେ ଆଲୋଚନା କରି ଦେଶର ଡାକ୍ତରଙ୍କୁ କଡା ପ୍ରଶ୍ନ ପଚାରିଥିଲେ । ଆଉ ଟ୍ବିଟ କରି କହିଥିଲେ, ‘ଏକ ସରଳ ପ୍ରଶ୍ନ ଅଛି, ଯେତେବେଳେ ସମସ୍ତେ ଜାଣଛନ୍ତି ଯେ ଏହି ନିର୍ଦ୍ଦିଷ୍ଟ ଇଞ୍ଜେକ୍ସନ କୌଣସି ସ୍ଥାନରେ ଉପଲବ୍ଧ ନାହିଁ, ତେବେ ଡାକ୍ତରମାନେ କାହିଁକି ଏହାକୁ ପ୍ରୟୋଗ କରିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି ? ଯେତେବେଳେ ଡାକ୍ତରଖାନା ଏହି ଔଷଧ ପାଇବାରେ ଅସମର୍ଥ, ଜଣେ ସାଧାରଣ ଲୋକ ଏହାକୁ କେଉଁଠୁ ପାଇବ ? ଲୋକଙ୍କୁ ବଞ୍ଚାଇବା ପାଇଁ ଆମେ କାହିଁକି ଅନ୍ୟ କୌଣସି ଔଷଧର ବ୍ୟବହାର କରିପାରୁନାହୁଁ ?’ ଯାହାକୁ ନେଇ ତାଙ୍କର ବେଶ୍ ପ୍ରଶଂସା କରିଥିଲେ ଫ୍ୟାନ୍ସ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.