ETV Bharat / sitara

ସୋନୁ ସୁଦଙ୍କ ମାନବିକତା, 4 ବର୍ଷ ପରେ ବିଛଣାରୁ ଉଠିଲେ ଯୁବକ

author img

By

Published : Oct 10, 2020, 5:33 PM IST

କୋରୋନା ମହାମାରୀ ସମୟରେ ବଲିଉଡରେ ଭିଲେନ୍ ହେଉଥିବା ଅଭିନେତା ସୋନୁ ସୁଦ୍ ବାସ୍ତବ ଜୀବନରେ କିନ୍ତୁ ହିରୋ ଭାବରେ ଉଭା ହୋଇଛନ୍ତି। ଲକଡାଉନ୍ ସମୟରେ ସେ ଅସଂଖ୍ୟ ଲୋକଙ୍କୁ ସାହାଯ୍ୟ କରିଥିଲେ ଏବଂ ଏବେ ମଧ୍ୟ କରୁଛନ୍ତି ।

ସୋନୁ ସୁଦଙ୍କ ମାନବିକତା, 4 ବର୍ଷ ପରେ ବିଛଣାରୁ ଉଠିଲେ ଯୁବକ
ସୋନୁ ସୁଦଙ୍କ ମାନବିକତା, 4 ବର୍ଷ ପରେ ବିଛଣାରୁ ଉଠିଲେ ଯୁବକ

ନୂଆଦିଲ୍ଲୀ: କୋରୋନା ମହାମାରୀ ସମୟରେ ବଲିଉଡରେ ଭିଲେନ୍ ହେଉଥିବା ଅଭିନେତା ସୋନୁ ସୁଦ୍ ବାସ୍ତବ ଜୀବନରେ କିନ୍ତୁ ହିରୋ ଭାବରେ ଉଭା ହୋଇଛନ୍ତି। ଲକଡାଉନ୍ ସମୟରେ ସେ ଅସଂଖ୍ୟ ଲୋକଙ୍କୁ ସାହାଯ୍ୟ କରିଥିଲେ ଏବଂ ଏବେ ମଧ୍ୟ କରୁଛନ୍ତି । ୟାକୁବ ନାମକ ଜଣେ ବ୍ୟକ୍ତି 4 ବର୍ଷ ପର୍ଯ୍ୟନ୍ତ ବିଛଣାରୁ ଉଠି ପାରିନଥିଲେ କିନ୍ତୁ ସୋନୁ ସୁଦ ଏବଂ ଏମ୍ସ ସାହାଯ୍ୟରେ ତାଙ୍କର ସଫଳ ଅସ୍ତ୍ରୋପ୍ରଚାର ହୋଇଛି ।

ୟାକୁବଙ୍କ ଅସ୍ତ୍ରୋପଚାର ଏବଂ ପ୍ରତିରୋପଣର ସମସ୍ତ ଖର୍ଚ୍ଚ ସୋନୁ ସୁଦ ବହନ କରିଥିବାବେଳେ ଏମ୍ସ ପରିବାରର ଡାକ୍ତରଖାନାରେ ରହିବା ଖର୍ଚ୍ଚ ଯୋଗାଇ ଦେଇଛନ୍ତି। ବର୍ତ୍ତମାନ ୟାକୁବ ଚାଲି ପାରୁଛନ୍ତି, ଠିଆ ହୋଇପାରିଛନ୍ତି । ଏମ୍ସର କାର୍ଡିଓ-ରୋଡିଓ ବିଭାଗର ସହକାରୀ ପ୍ରଫେସର ଡ଼ଃ ଅମିରିନ୍ଦର ସିଂ କହିଛନ୍ତି ଯେ ସେମାନେ ରୋଗୀ ବିଷୟରେ କୌଣସି ସୂଚନା ଦେଇପାରିବେ ନାହିଁ । ସୋନୁ ସୁଦଙ୍କ ପ୍ରୟାସରେ ଏହି ବ୍ୟକ୍ତିଙ୍କ ସମୁଦାୟ ‘ହିପ୍ ରିପ୍ଲେସମେଣ୍ଟ୍’ ଅର୍ଥାତ୍ ହିପ୍ ସର୍ଜରୀ କରାଯାଇଛି । ଏହି ସର୍ଜରୀ କରିଛନ୍ତି ଏମ୍ସ ଅର୍ଥୋପେଡିକ୍ସ ବିଭାଗର ଡ଼ଃ ରାଜେଶ ମଲହୋତ୍ରା, ଡ଼ଃ ଛବି ଓ ଡ଼ଃ ଦୀପକ ଗୌତମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.