ହାଇଦ୍ରାବାଦ: ପ୍ରାୟ 76 ବର୍ଷ ପରେ ପୁଣି ଶୁଣିବାକୁ ମିଳିବ ଭାରତୀୟ ରାଷ୍ଟ୍ରସେନାର ଗୀତ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ସ୍ବାଗତ କରିବା ପାଇଁ ରାଷ୍ଟ୍ରସେନାର ସୈନିକମାନେ ଏହି ଗୀତ ଗାଇଥିଲେ । ସୃଜୀନ ମୁଖାର୍ଜୀଙ୍କ ଆଗାମୀ ଫିଲ୍ମ ‘ଗୁମନାମୀ’ରେ ଏହି ଗୀତକୁ ପୁଣି ଶୁଣିବାକୁ ମିଳିବ ଓ ଏଥିରେ କଣ୍ଠଦାନ କରିବେ ସୋନୁ ନିଗମ ।
ଅକ୍ଟୋବର 2ରେ ପ୍ରେକ୍ଷାଳୟରେ ରିଲିଜ ହେବ ଏହି ଫିଲ୍ମ । 1945 ପରେ ସୁଭାଷଙ୍କ ଗାଏବ ହେବା ପରର କାହାଣୀକୁ ଏଥିରେ ଦର୍ଶାଯାଇଛି । ଦ୍ବିତୀୟ ବିଶ୍ବ ଯୁଦ୍ଧ ପରେ ଏହି ଗୀତକୁ ଏସ ଏନ ସରସ୍ବତୀଙ୍କ ଦ୍ବାରା ରେକର୍ଡ କରାଯାଇଥିଲା ।
ଫିଲ୍ମର ଗୀତ ‘ସୁଭାଷଜୀ’ ସୋନୁ ନିଗମ ଗାଇଥିବା ବେଳେ ‘ସବ୍ ସୁଖ୍’ ଗୀତ ଗାଇବେ ବାବୁଲ ସୁପ୍ରିୟୋ, ‘କଦମ କଦମ ବଢାଏ ଯା’ ଇଶାନ ଓ ‘ଧନ ଧାନ୍ୟେ ପୁଷ୍ପେ ଭରା’କୁ କିଛି ଗୀତିକାର ଗାଇବେ ।