ETV Bharat / sitara

36 ବର୍ଷରେ ସୋନମ, ଏମିତି ଶୁଭେଚ୍ଛା ଜଣାଇଲେ ଅନିଲ-ଆନନ୍ଦ

author img

By

Published : Jun 9, 2021, 3:15 PM IST

ସୋସିଆଲ ମିଡିଆରେ ଛୁଟିଲା ସୋନମଙ୍କ ଜନ୍ମଦିନ ଶୁଭେଚ୍ଛା । ସ୍ବାମୀ ଆନନ୍ଦ ଓ ବାପା ଅନିଲ ଲେଖିଲେ ମନର କଥା । ଅଧିକ ପଢନ୍ତୁ...

36 ବର୍ଷରେ ସୋନମ,
36 ବର୍ଷରେ ସୋନମ,

ମୁମ୍ବାଇ: ଆଜି ବୟସର ଆଉ ଏକ ପାହାଚରେ ପାଦ ଥାପିଲେ ବଲିଉଡର ଡିଭା ସୋନମ କପୁର । 1985 ଜୁନ 9ରେ ମୁମ୍ବାଇରେ ଜନ୍ମ ହୋଇଥିଲେ ସୋନମ । ଆଜି ତାଙ୍କ 36ତମ ଜନ୍ମଦିନ । ଏହି ଅବସରରେ ସୋସିଆଲ ମିଡିଆରେ ଛୁଟୁଛି ଜନ୍ମଦିନର ଶୁଭେଚ୍ଛା । ସେପଟେ ଫ୍ୟାନ୍ସଙ୍କ ଠୁ ନେଇ ପରିବାର ସଦସ୍ୟ ସୋନମଙ୍କୁ ଜଣାଉଛନ୍ତି ଶୁଭେଚ୍ଛା ।

ପତ୍ନୀ ସୋନମଙ୍କ ଜନ୍ମଦିନ ଖାସ୍ କରିବା ପାଇଁ ସ୍ବାମୀ ଆନନ୍ଦ ଆହୁଜା ଇନଷ୍ଟାଗ୍ରାମରେ ତାଙ୍କ ସହ ନିଜର ଏକ ଫଟୋ ସେୟାର କରି ରେମାଣ୍ଟିକ ଅନ୍ଦାଜରେ ଲେଖିଛନ୍ତି, ‘ମୁଁ ଜାଣେ ତୁମେ ୱାଲପେପରକୁ କେତେ ଭଲ ପାଅ । ଠିକ୍ ତୁମେ କେବଳ ମୋର ଆବଶ୍ୟକ କରୁଥିବା ଏହି ୱାଲପେପର । ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ମୋର ସବୁଦିନ ପାଇଁ ୱାଲପେପର । ’ଆନନ୍ଦ ସେୟାର କରିଥିବା ଫଟୋ ହେଉଛି ତାଙ୍କ ମୋବାଇଲ ଫୋନର ୱାଲପେପର ।

ସେପଟେ ଲାଡଲୀ ସୋନମଙ୍କୁ ସୋସିଆଲ ମିଡିଆରେ ବର୍ଥଡେ ୱିଶ କରିଛନ୍ତି ଅଭିନେତା ଅନିଲ କପୁର । ସେ ସୋନମଙ୍କ ଏକ ପିଲାବେଳ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଝିଅ ଭାବେ ଯିଏ ତୁମର ସ୍ବପ୍ନକୁ ଗୋଡ଼ାଇଥାଏ ଏବଂ ତୁମର ହୃଦୟକୁ ଅନୁସରଣ କରେ ସେ ହେଉଛନ୍ତି ସୋନମ କପୁର । ତୁମକୁ ପ୍ରତିଦିନ ବଢୁଥିବା ଦେଖିବା ପିତାମାତା ଭାବରେ ଏକ ସ୍ବପ୍ନ ସାକାର ହେବା ପରି । ଶ୍ରେଷ୍ଠ ପିଲାମାନଙ୍କ ସହିତ ମୁଁ ନିଶ୍ଚିତ ଭାଗ୍ୟବାନ ହେବି । ଯେତେବେଳେ ତୁମେ ହେବାକୁ ଚାହୁଁଛ, ତୁମେ ଶକ୍ତିଶାଳୀ, ବିଫଳ ବିନା ଦୟାଳୁ ଏବଂ ସର୍ବଦା ବିକାଶଶୀଳ । ତୁମର କେତେକଙ୍କୁ ପ୍ରତ୍ୟେକ ଜିନିଷରେ ଜଡିତ କରିବାର ଏକ ଉପାୟ ଅଛି ଏବଂ ଏହା ତୁମ ବିଷୟରେ ମୋର ପ୍ରିୟ ଜିନିଷ । ଜନ୍ମଦିନର ଶୁଭେଚ୍ଛ ଓ ଶୁଭକାମନା । ସୁରକ୍ଷିତ ରୁହ ସୁସ୍ଥ ରୁହ ।’

ଅନୀଲଙ୍କ ବ୍ୟତୀତ ସୋନମଙ୍କୁ ତାଙ୍କ ଶାଶୁ ମା' ମଧ୍ୟ ବର୍ଥଡେ ୱିଶ କରିଛନ୍ତି । ପ୍ରକାଶ ଥାଉକି ସଞ୍ଜୟ ଲୀଲା ଭଂସାଲୀଙ୍କ ‘ବ୍ଲାକ’ ଫିଲ୍ମ ଜରିଆରେ ସହ-ନିର୍ଦ୍ଦେଶିକା ରୂପେ କାମ ଆରମ୍ଭ କରିଥିଲେ ସୋନମ । ଏହାପରେ ସେ ସଞ୍ଜୟଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ସାୱାରିୟା’ରେ ଡେବ୍ୟୁ କରିଥିଲେ । ଏଯାବତ ସେ ବଲିଉଡକୁ ଦେଇସାରିଲେଣି ଅନେକ ଫିଲ୍ମ । ଆଉ ଖୁବଶୀଘ୍ର ଆଗାମୀ ଫଲ୍ମ ‘ବ୍ଲାଇଣ୍ଡ’ ନେଇ ପରଦାକୁ ଫେରିବେ ସେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.