ETV Bharat / sitara

ସୋନମଙ୍କ ଆକ୍ସନ, ବନ୍ଦ କଲେ ସୋସିଆଲ ମିଡିଆ କମେଣ୍ଟ ସେକ୍ସନ

author img

By

Published : Jun 17, 2020, 5:21 PM IST

ଚର୍ଚ୍ଚାରେ ସୋନମ କପୁର । କମେଣ୍ଟ ସେକ୍ସନ ବନ୍ଦ କରି ଟ୍ରୋଲର୍ସଙ୍କୁ ଦେଲେ ଜବାବ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡରେ ଚାଲିଥିବା ପରିବାରବାଦକୁ ନେଇ ବିବାଦ । ସୁଶାନ୍ତଙ୍କ ମୃତ୍ୟୁରେ କ୍ରୋଧିତ ଥିବା କିଛି ଫ୍ୟାନ୍ସ ଫେମସ ନିର୍ମାତା କରନ ଜୋହର, ଆଲିୟା ଭଟ୍ଟ, ସଲମାନ ଖାନ ଓ ସୋନମ କପୁରଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ଏମାନଙ୍କ ଫିଲ୍ମକୁ ବ୍ୟାନ କରିବାକୁ ମଧ୍ୟ ଦାବି କରାଯାଇଛି ।

ସେପଟେ ନିକଟରେ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇ ବି-ଟାଉନର ଡିଭା ସୋନମ କହିଥିଲେ କାହାର ମୃତ୍ୟୁ ପରେ ତାଙ୍କ ଗାର୍ଲଫ୍ରେଣ୍ଡ, ଏକ୍ସ ଗାର୍ଲଫ୍ରେଣ୍ଡ, ପରିବାର କିମ୍ବା ବନ୍ଧୁବାନ୍ଧବକୁ ଦୋଷୀ କହିବା ଭୁଲ କଥା ।

photo
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର

ସେହିପରି ସୁଶାନ୍ତଙ୍କ ମୃତ୍ୟୁ ପରଠୁ ସୋନମଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କରନଙ୍କ ଶୋ ‘କଫି ୱିଥ କରନ’ରେ ସୁଶାନ୍ତଙ୍କ ନାମ ଶୁଣି ଆଶ୍ଚର୍ଯ୍ୟ ହେଉଥିବାର ନଜର ଆସୁଛନ୍ତି । ଏହାକୁ ଆଧାର କରି ସୋନମଙ୍କୁ ବର୍ତ୍ତମାନ ଟ୍ରୋଲ କରାଯାଉଛି । ବାରମ୍ବାର ନିଜ ସମାଲୋଚନା ଶୁଣି ବର୍ତ୍ତମାନ ସୋନମ ଏକ ପଦକ୍ଷେପ ନେଇଛନ୍ତି । ଆଜ୍ଞା ହଁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟର କମେଣ୍ଟ ସେକ୍ସନ ଅଫ କରିଦେଇଛନ୍ତି ।

  • Blaming a girlfriend , ex girlfriend, family , colleagues for someone’s death is ignorant and fucking mean spirited.

    — Sonam K Ahuja (@sonamakapoor) June 15, 2020 " class="align-text-top noRightClick twitterSection" data=" ">

ଆଉ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ସାଧରଣତଃ ଘୃଣା ଏବଂ ନେଗେଟିଭ ଜିନିଷକୁ ଭୟ କରେ ନାହିଁ । କାରଣ ମତେ ସେହି ଲୋକଙ୍କ ଉପରେ ଦୟା ଆସୁଛି, ଯେଉଁମାନଙ୍କ ହୃଦୟରେ ଏତେ ଘୃଣା ଭର୍ତ୍ତି ହୋଇଛି । ଘୃଣା ମୋ ଠୁ ଅଧିକ ସେହିମାନଙ୍କର କ୍ଷତି କରୁଛି । କିନ୍ତୁ ଏହା ମୋ ସହ ମୋ ପରିବାରକୁ ଟ୍ରିଗର କରୁଛି । ମୁଁ ଭାବୁଛି ସେହିମାନେ ସମସ୍ତେ ବିକ୍ରି ହୋଇଛନ୍ତି । ଆଉ ସେହି ଲୋକେ ମଧ୍ୟ ଯେଉଁମାନେ ଋଢିବାଦୀ ରାଇଟ ୱିଙ୍ଗ ଏଜେଣ୍ଡାକୁ ପୁରା କରୁଛନ୍ତି । ହେଲେ ଏହି ସମୟ ହେଲା ସୀମାରେ ଶହୀଦ ହୋଇଥିବା ଯବାନ ଓ ଲକଡାଉନରେ ପ୍ରଭାବିତ ହେଉଥିବାର ଲୋକଙ୍କ ବିଷୟରେ ଆଲୋଚନା କରିବାର । ମୁଁ ମୋ କମେଣ୍ଟ ସେକ୍ସନ ଅଫ କରୁଛି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.