ମୁମ୍ବାଇ: ବଲିଉଡର ଡିଭା ସୋନମ କପୁର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାଆନ୍ତି । ଇଣ୍ଡଷ୍ଟ୍ରିରେ ଯେଉଁଠାରେ ତାଙ୍କୁ ଫ୍ୟାଶନ ଆଇକନ ରୂପେ ଚିହ୍ନା ଯାଇଥାଏ, ଅନ୍ୟପଟେ ସେ ପ୍ରାୟତଃ ଟ୍ରୋଲସକୁ ନେଇ ଚର୍ଚ୍ଚାରେ ଆସିଥାଆନ୍ତି । ନିକଟରେ ସେ ଅଭିନେତା ଅରବାଜ ଖାନଙ୍କ ଚାର୍ଟ ଶୋ 'ପିଞ୍ଚ'(Pinch)ରେ ନଜର ଆସିଥିଲେ । ଏହି ଶୋରେ ସେ ନିଜର ପର୍ସଲନ ଲାଇଫରୁ ନେଇ ପ୍ରଫେଶନାଲ ଲାଇଫ ବିଷୟରେ କଥାବାର୍ତ୍ତା କରିଥିଲେ ।
ଶୋଟିକୁ ଅରବାଜ ନେପଟଜିମ ପ୍ରସଙ୍ଗରୁ ଆରମ୍ଭ କରିଥିଲେ । ଏହାର ଜବାବରେ ସୋନମ କହିଥିଲେ କି ନେପଟଜିମମାନେ ହେଲେ କୌଣସି ପରିବାର ସହ ସମ୍ପୃକ୍ତ ହେବା ନୁହେଁ । ଏହାର ଅର୍ଥ ହେଲା ଯଦି ଆପଣ କୌଣସି ମଧ୍ୟ କନେକ୍ଟ ଜରିଆରେ କାମ ପ୍ରାପ୍ତ କରିବା । ହୁଏତଃ ଲୋକ ଏହାର ପାର୍ଥକ୍ୟ ବୁଝିପାରୁନାହାଁନ୍ତି କିମ୍ବା ନିଜ ଫାଇଦା ପାଇଁ ଏହାର ବ୍ୟବହାର କରୁଛନ୍ତି ।
ସୋନମ ଆହୁରି କହିଥିଲେ କି ତାଙ୍କ ପିତା କୌଣସି ଫିଲ୍ମ ଜଗତରେ ସମ୍ପୃକ୍ତ ନଥିଲେ । ସେ ଏହି ଇଣ୍ଡଷ୍ଟ୍ରିକୁ 40 ବର୍ଷ ଦେଇଛନ୍ତି । ସେ ନିଜ ପିଲାଙ୍କ ପାଇଁ ଖୁବ୍ ପରିଶ୍ରମ କରିଛନ୍ତି । ଯଦି ତାଙ୍କ ଏହି ପରିଶ୍ରମର ଫାଇଦା ନ ଉଠାଇବି, ତେବେ କେଉଁଠି ନା କେଉଁଠି ଏହା ତାଙ୍କର ଅପମାନ ହେବ ।
ଏହା ବ୍ୟତୀତ ଅରବାଜ, ସୋନମଙ୍କୁ ପ୍ରଶ୍ନ କରିଥିଲେ କି ଅନେକ ଜିନିଷ ଯାହା ଆପଣଙ୍କୁ ସୋସିଆଲ ମିଡିଆରେ ପଞ୍ଚ । ଏହା ଉପରେ ସୋନମ କହିଥିଲେ କି ଯେତେବେଳେ କୌଣସି କଳାକାରଙ୍କୁ ରୋମିଂ ପାଇଁ ଟ୍ରୋଲ କରାଯାଇଛି, ତାଙ୍କୁ ଏହା ଆଦୌ ଭଲ ଲାଗେନାହିଁ ।