ETV Bharat / sitara

କନିକାଙ୍କ ସମର୍ଥନରେ ବାହାରିଲେ ସୋନମ

author img

By

Published : Mar 21, 2020, 10:31 PM IST

କନିକା କପୁରଙ୍କୁ ଅନେକ କଳାକାର ଟାର୍ଗେଟ କରିଥିବା ବେଳେ ଅଭିନେତ୍ରୀ ସୋନମ କପୁର କିନ୍ତୁ ତାଙ୍କୁ ସମର୍ଥନ କରି ଏକ ଟ୍ବିଟରେ ନିଜ ରାଗ ଜାହିର୍ କରିଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

sonam kapoor
ଡିଜାଇନ ଫଟୋ

ମୁମ୍ବାଇ: କୋରୋନା ଭାଇରସ ରିପୋର୍ଟ ପଜେଟିଭ ଆସିବା ପରେ ବଲିଉଡର ଫେମସ ଗାୟିକ କନିକା କପୁରଙ୍କୁ ଆଇସୋଲେସନ ରଖାଯାଇଛି। ସେ ସଂକ୍ରମିତ ହେବା ଖବର ସାମ୍ନାକୁ ଆସିବା ମାତ୍ରେ ସବୁ ମହଲରେ ଚହଳ ସୃଷ୍ଟି ହୋଇଛି। ଖାଲି ଏତିକି ନୁହେଁ ତାଙ୍କୁ ଗିରଫ କରାଯିବାର ଦାବି ମଧ୍ୟ କରାଯାଉଛି । ଜନସାଧାରଣଙ୍କଠୁ ନେଇ କିଛି ସେଲିବ୍ରିଟି ତାଙ୍କୁ ସୋସିଆଲ ମିଡିଆରେ ଟ୍ରାଗେର୍ଟ କରିଛନ୍ତି। ତାଙ୍କ ଦାୟିତ୍ବହୀନ କାର୍ଯ୍ୟ ଉପରେ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଜନତା।

ଇତିମଧ୍ୟରେ ବି-ଟାଉନର ଡିଭା ସୋନମ କପୁର ତାଙ୍କ ସପୋର୍ଟରେ ବାହାରିଛନ୍ତି । ସେ ଶନିବାର ଏକ ଟ୍ବିଟ କରି କନିକାଙ୍କ ସମାଲୋଚନା କରୁଥିବା ଲୋକଙ୍କୁ କଡା ଜବାବ ଦେଇଛନ୍ତି। ସେ ଟ୍ବିଟରେ ଲେଖିଛନ୍ତି, ‘କନିକା କପୁର ଗତ 9 ତାରିଖରେ ଭାରତକୁ ଫେରିଥିଲେ । ସେହି ସମୟରେ ଭାରତରେ ସେଲ୍ଫ ଆଇସୋଲେସନର ନିୟମ ଲାଗୁ ହୋଇନଥିଲ ବରଂ ଦେଶବାସୀ ହୋଲି ଖେଳୁଥିଲେ।’

tweet
ଫଟୋ ସୌଜନ୍ୟ: ଟ୍ବିଟର@ସୋନମ କପୁର

କନିକାଙ୍କୁ ସପୋର୍ଟ କରିଥିବାରୁ ସୋନମଙ୍କୁ ମଧ୍ୟ ଲୋକଙ୍କ ସମାଲୋଚନାର ଶିକାର ହେବାକୁ ପଡିଛି। ପ୍ରକାଶ ଥାଉକି ନିକଟରେ ଲଣ୍ଡନରୁ ସ୍ବାମୀଙ୍କ ସହ ଫେରିଥିଲେ ସୋନମ । ସେ ଭାରତରେ ପହଞ୍ଚିବା ମାତ୍ରେ ନିଜକୁ ଆଇସୋଲେଟ କରିନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.