ETV Bharat / sitara

ବର୍ଥଡେରେ ସ୍ବାମୀଙ୍କ ପାଇଁ ସ୍ନେହଭରା ପୋଷ୍ଟ କଲେ ସୋନମ

author img

By

Published : Jun 9, 2020, 8:46 PM IST

35 ବର୍ଷରେ ପଦାର୍ପଣ କଲେ ଲୋକପ୍ରିୟ ଅଭିନେତ୍ରୀ ସୋନମ କପୁର । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସ୍ବାମୀଙ୍କ ପାଇଁ ପ୍ରେମ ପ୍ରକାଶ କଲେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: କୋରୋନା ଭାଇରସ ପାଇଁ ପାଖାପାଖି ଦୁଇ ମାସରୁ ନିଜ ଶାଶୁ ଘରେ ଥିବା ବି-ଟାଉନର ଡିଭା ସୋନମ କପୁର ନିଜ ବାପ ଘରକୁ ଫେରିଛନ୍ତି । ଆଜି ସେ ନିଜର 35ତମ ଜନ୍ମଦିନ ମଧ୍ୟ ସେଲିବ୍ରେଟ କରିବାରେ ବ୍ୟସ୍ତ । ସେ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ବାପ ଘରେ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ସେ ଆନନ୍ଦଙ୍କ ପାଇଁ ସ୍ପେଶାଲ ପୋଷ୍ଟ ସେୟାର କରି ଚର୍ଚ୍ଚାରେ । ଯାହା ଉପରେ ତାଙ୍କ ପିତା ତଥା ଫେମସ ଅଭିନେତା ଅନିଲ କପୁରଙ୍କ ଶାନଦାର କମେଣ୍ଟ ଦେଖିବାକୁ ମିଳୁଛି ।

ସୋନମ ନିଜ ଇନଷ୍ଟାଗ୍ରାମରେ ଆନନ୍ଦଙ୍କ ପାଇଁ ଏକ ପ୍ରେମଭରା ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଦୁନିଆର ସବୁଠାରୁ ଭଲ ସ୍ବାମୀ, ଯିଏ ମୋତେ ପ୍ରକୃତରେ ଆବଶ୍ୟକ ଥିବା ସବୁ ଜିନିଷ ଯୋଗାଉଛନ୍ତି । ମୋ ଜନ୍ମଦିନରେ, ସେ ମୋର ଆଶୀର୍ବାଦ | ମୁଁ ତୁମକୁ ଆଲିଙ୍ଗନ କରିଥିବା ପ୍ରଥମ ଦିନରୁ ତୁମକୁ ଭଲପାଏ @anandahuja।’

photo
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସେ ବିଳମ୍ବିତ ରାତିରେ ଏହି ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ଫ୍ୟାନ୍ସଙ୍କ ଶୁଭେଚ୍ଛାଭରା କମେଣ୍ଟ ଦେଖିବାକୁ ମିଳୁଛି । ସେହିପରି ଆନନ୍ଦ ମଧ୍ୟ ଏକ ରୋମାଣ୍ଟିକ କମେଣ୍ଟ କରିଛନ୍ତି । ଆଉ ଅନିଲ କପୁର କମେଣ୍ଟରେ ଲେଖଛନ୍ତି, ‘ବହୁତ ସୁନ୍ଦର, ବର୍ଥଡେ ଗାର୍ଲ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.