ETV Bharat / sitara

‘ତାପସୀ’ଙ୍କ ପ୍ରଶଂସାରେ ସୋନମ

ଘରୋଇ ହିଂସାଙ୍କୁ ନେଇ ଆଧାରିତ ‘ଥାପଡ’ ଆସନ୍ତା 28 ତାରିଖରେ ରିଲିଜ ହେବ । ରିଲିଜ ପୂର୍ବରୁ ଫିଲ୍ମ ଚର୍ଚ୍ଚାରେ । ମୁଖ୍ୟ ଭୂମିକାରେ ନଜର ଆସିବେ ତାପସୀ ପନ୍ନୁ।

author img

By

Published : Feb 25, 2020, 11:51 PM IST

sonam kapoor
ଡିଜାଇନ ଫଟୋ

ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ଥାପଡ’କୁ ନେଇ ଚର୍ଚ୍ଚାରେ। ଫିଲ୍ମର ଅନେକ ଟ୍ରେଲର ରିଲିଜ କରିସାରିଲେଣି ମେକର୍ସ। ଫିଲ୍ମଟି ଆସନ୍ତା ଶୁକ୍ରବାର ରିଲିଜ ହେବାକୁ ଯାଉଛି। ‘ଥାପଡ’ ଫିଲ୍ମ ମହିଳାଙ୍କ ଉପରେ ହେଉଥିବା ଘରୋଇ ହିଂସାକୁ ନେଇ ଆଧାରିତ। ବର୍ତ୍ତମାନ ଫିଲ୍ମର ଚର୍ଚ୍ଚା ସବୁ ମହଲରେ ଦେଖିବାକୁ ମିଳିଛୁ। ଫିଲ୍ମ ଦେଖିବାକୁ ମଧ୍ୟ ଏକ୍ସାଇଟେଡ ଦର୍ଶକ।

ଇତିମଧ୍ୟରେ ବି-ଟାଉନର ଡିଭା ସୋନମ କପୁର, ତାପସୀଙ୍କ ପ୍ରଶଂସା କରି ଚର୍ଚ୍ଚାରେ। ସେ କହିଛନ୍ତି ଯେ ତାପସୀ ପୁରୁଣା ସାମାଜିକ ଅବଧାରଣାକୁ ଭାଙ୍ଗିବା ମହିଳା । ସେ ରବିବାର ଏକ ଟ୍ବିଟ କରି ଲେଖିଥିଲେ, ‘ମୁଁ ତାପସୀଙ୍କୁ ବହୁତ ପସନ୍ଦ କରେ । ସେ ସାମଜିକ ଅବଧାରଣ ଭାଙ୍ଗୁଛନ୍ତି।’

ସେପଟେ ତାପସୀ ମଧ୍ୟ ଟ୍ବିଟ କରି ସୋନମଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲେଖିଛନ୍ତି, ‘ବହୁତ ବହୁତ ଧନ୍ୟବାଦ ସୋନମ। ତୁମେ ବହୁତ ଭଲ। ଆମକୁ ଦୀର୍ଘ ବର୍ଷରୁ ଚାଲିଆସୁଥିବା ଅବଧାରଣାଙ୍କୁ ଭାଙ୍ଗିବାର ଆବଶ୍ୟକ ଅଛି। ଯେଉଁଥିରେ ଆମେ ସମସ୍ତେ ଫସିଛେ।’

ପ୍ରକାଶ ଥାଉକି ତାପସୀଙ୍କ ବହୁପ୍ରତିକ୍ଷିତ ଫିଲ୍ମ ଥାପଡକୁ ଆଧାର କରି ସୋନମ ଟ୍ବିଟ କରିଛନ୍ତି । ଏହି ଫିଲ୍ମରେ ତାପସୀଙ୍କ ସହ ପଭେଲ ଗୁଲାଟି, କୁମୁଦ ମିଶ୍ରା, ରତ୍ନା ପାଠକ, ତନ୍ବୀ ଆଜମୀ, ଦିୟା ମିର୍ଜା ଓ ରାମ କପୁର ମଧ୍ୟ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.