ମୁମ୍ବାଇ: ଫେମସ ନିର୍ମାତା ଅଲ୍ଲୀ ଅବ୍ବାସ ଜଫରଙ୍କ ନିର୍ଦ୍ଦେଶନାରେ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ମିଷ୍ଟର ଝକାସ୍ ଅନିଲ କପୁରଙ୍କ ସୁପରହିଟ୍ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ର ରିମେକ। ଫ୍ୟାନ୍ସ କିନ୍ତୁ ‘ମିଷ୍ଟର ଇଣ୍ଡିଆ’ର ରିମେକ ଫିଲ୍ମ ଦେଖିବାକୁ ଖୁବ୍ ଉତ୍ସାହିତ। ହେଲେ ବିବାଦ ଘେରରେ ଆସିଯାଇଛି ଏହି ଫିଲ୍ମ। ଅଲ୍ଲୀଙ୍କ ଘୋଷଣା ପରଠୁ ଫିଲ୍ମ ଚର୍ଚ୍ଚାରେ। ଧିରେ ଧିରେ ଫିଲ୍ମର ବିବାଦ ବଢିଚାଲିଛି। ମିଷ୍ଟର ଇଣ୍ଡିଆର ନିର୍ଦ୍ଦେଶକ ଶେଖର କପୁରଙ୍କ ପରେ ଏବେ ବି-ଟାଉନର ଡିଭା ସୋନମ କପୁର ମଧ୍ୟ ଫିଲ୍ମର ରିମେକ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସେ ଏହି କଥାରେ ରାଗିଛନ୍ତି ଯେ ଅଲ୍ଲୀ ‘ମିଷ୍ଟର ଇଣ୍ଡିଆ’ ରିମେକ ନିର୍ମାଣ ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କ ପିତା ଅନିଲଙ୍କ ସହ କୌଣସି କଥାବାର୍ତ୍ତା କରିନଥିଲେ। ସେ ଟ୍ବିଟ କରି ଲେଖିଛନ୍ତି, ‘ମତେ ଅନେକ ଲୋକ ମିଷ୍ଟର ଇଣ୍ଡିଆ ରିମେକ ଉପରେ ପ୍ରଶ୍ନ କରୁଛନ୍ତି। ହେଲେ ତାଙ୍କ ପିତାଙ୍କୁ ଏପରି କିଛି ରିମେକ ଫିଲ୍ମର ବିଷୟରେ ଜଣା ମଧ୍ୟ ନାହିଁ । ଆମକୁ ସୋସିଆଲ ମିଡିଆରେ ଜଣା ପଡିଲା ଯେ ଅଲ୍ଲୀ ରିମେକ ନିର୍ମାଣ କରିବାକୁ ଯାଉଛନ୍ତି।’
‘ଏହା ବଡ ଦୁର୍ଭାଗ୍ୟର କଥା ଯେ କେହି ମଧ୍ୟ ମୋ ପିତା ଓ ଶେଖର ଅଙ୍କଲଙ୍କ ସହ ଫିଲ୍ମକୁ ନେଇ କୌଣସି କଥାବାର୍ତ୍ତା କରିନାହାଁନ୍ତି। ମିଷ୍ଟର ଇଣ୍ଡିଆ ନିର୍ମାଣ କରିବାରେ ଦୁଇ ଜଣଙ୍କ ବଡ ଯୋଗଦାନ ଥିଲା । ଏହା ଦୁଃଖର କଥା । କାରଣ ମିଷ୍ଟର ଇଣ୍ଡିଆ ତାଙ୍କ ପିତାଙ୍କ ପସନ୍ଦର ଫିଲ୍ମ । ଯାହା ପାଇଁ ସେ ଖୁବ୍ ପରିଶ୍ରମ କରିଥିଲେ’ ବୋଲି ଟ୍ବିଟରେ ଲେଖିଛନ୍ତି ସୋନମ ।
ପ୍ରକାଶ ଥାଉ କି କେବଳ ସୋନମ ନୁହେଁ ବରଂ ଶେଖର ମଧ୍ୟ ଫିଲ୍ମର ରିମେକକୁ ନେଇ ଅସନ୍ତୋଷ ଅଛନ୍ତି । ସେ ନିକଟରେ ଟ୍ବିଟ କରି ଲେଖିଥିଲେ, ‘ମିଷ୍ଟର ଇଣ୍ଡିଆ ବିଷୟରେ କେହି ମତେ କିଛି ମଧ୍ୟ ପଚାରି ନାହାଁନ୍ତି । ମତେ ଲାଗୁଛି ଯେ ଫିଲ୍ମକୁ ହିଟ କରିବା ପାଇଁ ଏହି ଟାଇଟଲ ବ୍ୟବହାର କରାଯାଉଛି । ହେଲେ ପ୍ରକୃତ ନିର୍ମାତାଙ୍କ ଅନୁମତି ବିନା ସେହି ଲୋକ ଫିଲ୍ମର ଭୂମିକା ଓ ଷ୍ଟୋରୀ ବ୍ୟବହାର କରିପାରିବେ ନାହିଁ ।’