ETV Bharat / sitara

ପରିବାରବାଦ ଶବ୍ଦ ଉପରେ ସୋନମ ଓ ଦିଲକରଙ୍କ ପ୍ରତିକ୍ରିୟା

author img

By

Published : Sep 14, 2019, 1:24 AM IST

ଆଉ କିଛି ଦିନ ପରେ ସୋନମ ଦେବୀ ଅବତାରରେ ପରଦାରେ ନଜର ଆସିବେ । ନିଜର ଆଗାମୀ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’କୁ ନେଇ ଉତ୍ସାହିତ ସୋନମ । ଯେଉଁଥିରେ ଭାରତୀୟ କ୍ରିକେଟ ଟିମର ଲକି ଚାର୍ମ ସାଜିଛନ୍ତି ସୋନମ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର

ମୁମ୍ବାଇ: ଆଜିକାଲି ବି-ଟାଉନର ଡିଭା ସୋନମ କପୁର ନିଜର ଆଗାମୀ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ପ୍ରମୋଶନରେ ବ୍ୟସ୍ତ । ଫିଲ୍ମଟି ଏମାସ 20ରେ ରିଲିଜ ହେବାକୁ ଯାଉଛି । ସୋନମଙ୍କ ସହ ଫିଲ୍ମରେ ସାଉଥ ଷ୍ଟାର ଦିଲକର ସଲମାନ ନଜର ଆସିବେ । ଇତି ମଧ୍ୟରେ ସୋନମ ପ୍ରମୋଶନ ପାଇଁ ଏକ ଇଭେଣ୍ଟରେ ପହଞ୍ଚିଥିଲେ । ଆଉ ପୁଣିଥରେ ବଲିଉଡର ମୋଷ୍ଟ କଣ୍ଟ୍ରୋଭର୍ସିଆଲ ପ୍ରସଙ୍ଗ ପରିବାରବାଦକୁ ନେଇ ନିଜ ପ୍ରତିକ୍ରିୟା ରଖିଥିଲେ ।

ସେ କହିଥିଲେ କି ଫିଲ୍ମ ବ୍ୟାକଗ୍ରାଉଣ୍ଡରୁ ଆସିବାର ଯଦି କୌଣସି ଫାଇଦା ଅଛି ତେବେ କିଛି ଦାୟିତ୍ବ ମଧ୍ୟ ରହିଛି । ତାଙ୍କ ପିତା, ଅଭିନେତା ଅନିଲ କପୁର ତାଙ୍କୁ ସବୁକିଛି ଦେବା ପାଇଁ ଖୁବ୍ ପରିଶ୍ରମ କରିଛନ୍ତି । ତେଣୁ ଯଦି ତାଙ୍କୁ ସୁଯୋଗ ମିଳିଛି ତେବେ ତାଙ୍କୁ ମିଳିଥିବା ସୁବିଧାକୁ ଗ୍ରାଣ୍ଟେଡ ନେବା କଥା ନୁହେଁ ବରଂ ନିଜ ଦମରେ କାମ କରିବା କଥା । ତାଙ୍କ ପିତା ଇଣ୍ଡଷ୍ଟ୍ରିରେ ତାଙ୍କ ଫୋନ ନମ୍ବର ମଧ୍ୟ କାହାକୁ ଦେଇନଥିଲେ । ଆଜି ସେ ଯେଉଁ ସ୍ଥାନରେ ଅଛନ୍ତି ନିଜ ଦକ୍ଷତା ବଳରେ କେବଳ ।

ପ୍ରକାଶ ଥାଉ କି, ସୋନମଙ୍କ ସହ ଇଭେଣ୍ଟରେ ଉପସ୍ଥିତ ଥିବା ତାଙ୍କ କୋ-ଷ୍ଟାର ଦିଲକର ମଧ୍ୟ ତାଙ୍କୁ ସମର୍ଥନ କରି କହିଥିଲେ ପରିବାରବାଦ ଶବ୍ଦର ସଠିକ୍ ମାନେ ନଜାଣି ଏହାର ବ୍ୟବହାର ଲୋକେ କରୁଛନ୍ତି । ଯାହାଦ୍ବାରା ଏହି ଶବ୍ଦ ନକାରାତ୍ମକ ପ୍ରତୀତ ହେଉଛି । ପରିବାରବାଦ ଏମିତି ଶୁଣା ଯାଉଛି ଯେମିତି କିଛି ଛୁଆ ଯାହାର କୌଣସି ଦକ୍ଷତା ନାହିଁ ଆଉ ସେ କାମ କରିବାକୁ ଚାହୁଁନାହିଁ । କିନ୍ତୁ ତା’ ପରିବାର ତାକୁ ନିହାତି ଗୋଟିଏ ଫିଲ୍ମରେ କାମ ଦେବ । କିନ୍ତୁ ବାସ୍ତବରେ ଏମିତି କିଛି ନଥାଏ । ପରିବାରବାଦ ଶବ୍ଦକୁ ଭୁଲ ରୂପେ ବ୍ୟବହାର କରୁଛନ୍ତି ସମସ୍ତେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.