ନୂଆଦିଲ୍ଲୀ: କ୍ୟାନ୍ସର ଏମିତି ଏକ ରୋଗ ଯଦି ଏହାର ଠିକ୍ ସମୟରେ ଚିକିତ୍ସା କରାନଯାଏ ତେବେ କିଛି ବି ହୋଇପାରେ । କିନ୍ତୁ କ୍ୟାନ୍ସରର ଟ୍ରିଟମେଣ୍ଟ କାହାର ମଧ୍ୟ ମନୋବଳ ଭାଙ୍ଗି ପାରିଥାଏ । ଅଭିନେତ୍ରୀ ସୋନାଲୀ ବିନ୍ଦ୍ରେ ବଲିଉଡର ପାୱାରଫୁଲ ଆକ୍ଟ୍ରେସ, ଯିଏ କ୍ୟାନ୍ସରକୁ ମାତ ଦେଇ ଦମଦାର ରୂପେ ବଞ୍ଚିବା ଶିଖିଛନ୍ତି । ଗୁରୁବାର ସୋନାଲୀ ସୋସିଆଲ ମିଡିଆରେ ନିଜର ବାଲ୍ଡ ଲୁକ ଫଟୋ ସହ ଏକ ଇମୋଶାନଲ ମେସେଜ ମଧ୍ୟ ଫ୍ୟାନ୍ସଙ୍କ ପାଇଁ ସେୟାର କରିଛନ୍ତି । ଏହି ଫଟୋରେ ସୋନାଲୀଙ୍କ ସର୍ଜରୀର 20 ଇଞ୍ଚର ମାର୍କ ମଧ୍ୟ ଦେଖିବାକୁ ମିଳୁଛି ।
ସୋନାଲୀ ନିଜର ବ୍ଲାକ ଆଣ୍ଡ ହ୍ବାଇଟ ଫଟୋ ସେୟାର କରି ଲେଖିଛନ୍ତି, The idea was almost preposterous. An almost bald head, barely any make-up and a huge scar was not the norm for @vogue. But, I guess that's my new normal.
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ସୋନାଲୀଙ୍କୁ ଗତ ବର୍ଷ ହାଇ-ଗ୍ରେଡ କ୍ୟାନ୍ସର ହୋଇଥିଲା । ଏହି କଥାର ସୂଚନା ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଥିଲେ । ଯାହାପରେ ସେ ଚିକିତ୍ସା ପାଇଁ ଆମେରିକା ଚାଲିଯାଇଥିଲେ ।