ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁଁ ଚାଲିଥିବା ଲକଡାଉନ ସମୟରେ ବଲିଉଡ ଇଣ୍ଡଷ୍ଟ୍ରି ସମ୍ପୂର୍ଣ୍ଣ ବନ୍ଦ ହୋଇ ରହିଛି । ଏହି ସମୟରେ ବଲିଉଡର କିଛି ସେଲିବ୍ରିଟି ବହି ପଢି ଏବଂ ଚାଷ କରି ଘରେ କିପରି ସମୟ ବିତାଉଛନ୍ତି ତାହାର ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି ।
- " class="align-text-top noRightClick twitterSection" data="
">
ଆଜି, ବଲିଉଡର ଜଣାଶୁଣା ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ତାଙ୍କର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ସୋନାଲି ଘର ଭିତରେ ଏକ ଚେୟାରରେ ବସି ଗେମ ଖେଳୁଥିବାର ଦେଖିବାକୁ ମିଳିଛି ।
ଏହି ଫଟୋର କ୍ୟାପସନ୍ ରେ ସୋନାଲି ଲେଖିଛନ୍ତି, ମୁଁ ପଢିବା ସମୟରେ ଗେମ ଖେଳୁଥିବାରୁ ନିଜକୁ ଦୋଷୀ ମନେ କରୁଛି । ସୋନାଲୀଙ୍କ ଏହି ହାପି ଫଟୋକୁ ପ୍ରଂଶସକମାନେ ବହୁତ ଲାଇକ କରୁଛନ୍ତି ଏବଂ ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।
କଥାରେ ଅଛି, ମନୋବଳ ଦୃଢ ଥିଲେ ସବୁ କଠିନ କାମ ସହଜ ଲାଗେ । ସୋନାଲୀଙ୍କ କ୍ଷେତ୍ରରେ ଏହି ଇଚ୍ଛା ଶକ୍ତି ଦେଖିବାକୁ ମିଳିଛି । ସୋନାଲୀଙ୍କ ଆତ୍ମବିଶ୍ବାସ, ମନବଳ ଏବଂ ଧର୍ଯ୍ୟ ଆଜି କ୍ୟାନସର ଭଳି ମାରାତ୍ମକ ରୋଗକୁ ମାତ ଦେଇଛି । ଦୀର୍ଘ ଦିନ ଧରି କର୍କଟ ରୋଗ ସହ ସଂଘର୍ଷ କରି ଶେଷରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।
ପ୍ରକାଶ ଥାଉ କି, ସୋନାଲି ଜଣେ ଇଣ୍ଟେଲିଜେଣ୍ଟ ଷ୍ଟୁଡେଣ୍ଟ ଭାବରେ ମଧ୍ୟ ଜଣାଶୁଣା ।