ETV Bharat / sitara

ମାନବାଧିକାର ବିଷୟରେ ସଚେତନତା ସୃଷ୍ଟି କରିବେ ସୋନାକ୍ଷୀ - ମାନବିକ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବେ

ସୋନାକ୍ଷୀ ସିହ୍ନାଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି କଳାକାର ୟୁନାଇଟେଡ୍ ଫର୍ ହ୍ୟୁମ୍ୟାନ ରାଇଟ୍ସ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି । ଯେଉଁଥିରେ ସମସ୍ତେ ବିଭିନ୍ନ ପ୍ରସଙ୍ଗ ବିଷୟରେ କହିବେ । ଅଧିକ ପଢନ୍ତୁ...

sonakshi sinha r balki and nandita das among celebs spreading human rights awareness
ମାନବିକ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବେ ସୋନାକ୍ଷୀ ସିହ୍ନା
author img

By

Published : Jul 2, 2020, 7:30 PM IST

ମୁମ୍ବାଇ: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ଚଳଚ୍ଚିତ୍ର ନିର୍ମାତା ଆର. କେ.ବଲ୍କି, ନନ୍ଦିତା ଦାସ ଏବଂ ଅଶ୍ୱିନୀ ଆୟର ତିୱାରୀ, ସୋନାଲି ବୋଷ, ଆଲଙ୍କ୍ରିତା ଶ୍ରୀବାସ୍ତବ, ସଙ୍କେତ ଚୌଧୁରୀ ଏବଂ ରୁଚି ନାରାୟଣ ପୋଡକାଷ୍ଟ ମାନବ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି ।

ପୋଡକାଷ୍ଟରେ, ସେଲିବ୍ରିଟିମାନେ ସେମାନଙ୍କର ପ୍ରେରଣାଦାୟକ କାହାଣୀ ଏବଂ ସଂଘର୍ଷ ଏବଂ ସଫଳତା ବିଷୟରେ ସେମାନଙ୍କ ଚିନ୍ତାଧାରା ସେୟାର କରିବେ ।

ଏହା ବ୍ୟତୀତ ସେଲିବ୍ରିଟିମାନେ ମିଳିତ ଜାତିସଂଘର ମାନବିକ ଅଧିକାର ଉପରେ ସର୍ବଭାରତୀୟ ଘୋଷଣାନାମା, ଭାରତୀୟ ସମ୍ବିଧାନ ଇତ୍ୟାଦି ବିଷୟରେ କହିବେ ।

ଏହି ଅବସରରେ, ସୋନାକ୍ଷୀ ସିହ୍ନା ଶିକ୍ଷା ଅଧିକାର ବିଷୟରେ, ଆର. କେ.ବଲ୍କି ଫ୍ରିଡମ ଅଫ ଏକ୍ସପ୍ରେସନ, ନନ୍ଦିତା ଦାସ ଜାତି ଭେଦଭାବ, ଅଶ୍ୱିନୀ ଆୟର ଘରୋଇ ହିଂସା ବିଷୟରେ କହିବେ ।

ୟୁନାଇଟେଡ୍ ଫର୍ ହ୍ୟୁମ୍ୟାନ ରାଇଟ୍ସ ର ଦକ୍ଷିଣ ଏସିଆ ଆମ୍ବାସେଡର ଶିନା ଚୌହାନ କହିଛନ୍ତି, କଳାକାରମାନଙ୍କ କଥାକୁ ସମାଜରେ ଲୋକମାନେ ସେମାନଙ୍କୁ ଅଧିକ ଶୁଣନ୍ତି । ତେଣୁ ଆମେ ସେହି କଳାକାରମାନଙ୍କୁ ବାଛିଲୁ, ଯେଉଁମାନେ ମାନବିକ ଅଧିକାରରକୁ ସବୁଠୁ ଅଧିକ ଗୁରୁତ୍ବ ଦେଇଥାନ୍ତି । କଳାକାରମାନଙ୍କ ପ୍ରେରଣାଦାୟକ କାହାଣୀ ସହିତ ଅଧିକରୁ ଅଧିକ ଭାରତୀୟଙ୍କ ନିକଟରେ ପହଞ୍ଚିବା ଆମର ଲକ୍ଷ୍ୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.