ETV Bharat / sitara

ନିଜ ପେଣ୍ଟିଂ ନିଲାମ କରୁଛନ୍ତି ସୋନାକ୍ଷୀ

author img

By

Published : May 16, 2020, 10:17 PM IST

ଶ୍ରମିକ, ମଜୁରିଆଙ୍କୁ ସାହାଯ୍ୟ କରିବାକୁ ସୋନାକ୍ଷୀଙ୍କ ବଡ ପଦକ୍ଷେପ । ପୂର୍ବରୁ ଅନେକ କଳାକାର ଦେଶବାସୀଙ୍କ ପାଇଁ ଅନେକ ଜିନିଷ ଦାନ କରିସାରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା

ମୁମ୍ବାଇ: ସାରା ବିଶ୍ବରେ କୋରୋନା ଭାଇରସ ତାଣ୍ଡବ । ଭାରତରେ ବର୍ତ୍ତମାନ ଲକଡାଉନର ତୃତୀୟ ପର୍ଯ୍ୟାୟ ଚାଲିଛି । ଏପରି ପରିସ୍ଥିତିରେ ସବୁଠାରୁ ପ୍ରଭାବିତ ହୋଇଛନ୍ତି ଦିନ ମଜୁରିଆ ଓ ପ୍ରବାସୀ ଶ୍ରମିକ । ଧିରେ ଧିରେ କରି ଏମାନଙ୍କୁ ସହଯୋଗର ହାତ ବଢାଇବାକୁ ସାମ୍ନାକୁ ଆସିବାରେ ଲାଗିଛନ୍ତି ସେଲିବ୍ରିଟି । ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ।

ସେ ସାହାଯ୍ୟ କରିବାକୁ ଯାଇ ନିଜ ଆର୍ଟ ୱାର୍କ ନିଲାମ କରୁଛନ୍ତି । ଯାହାଦ୍ବାରା ଆୟ କରିବା ଟଙ୍କାରେ ସେ ଶ୍ରମିକ, ମଜୁରିଆଙ୍କୁ ରାସନ ଯୋଗାଇପାରିବେ ।

ସେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ଆର୍ଟ ୱାର୍କ ଦେଖିବାକୁ ମିଳୁଛି । ଆଉ ଭିଡିଓରେ ସେ କହୁଛନ୍ତି, ‘ଯଦି ଆମେ ଅନ୍ୟଙ୍କ କାମରେ ଆସିପାରୁନୁ ତେବେ ଆମ କିପରି ଭଲ । ମୋ କଳା ମୋ ପାଇଁ ସୁରକ୍ଷିତ ସ୍ଥାନ । ଏହା ମୋ ବିଚାରକୁ ଚ୍ୟାନେଲାଇଜ କରିବାରେ ସାହାଯ୍ୟ କରିଥାଏ ଆଉ ମୋତେ ସବୁବେଳେ ଖୁସି ଦିଏ । ଆର୍ଟ ମୋ ପାଇଁ ଶାନ୍ତି ଭାବନା ଆଣିଥାଏ । ଏହି ଶାନ୍ତି ମୁଁ ସେହି ଲୋକଙ୍କ ପାଇଁ ଆଣିବାକୁ ଚାହୁଁଛି । ଯେଉଁମାନଙ୍କ ପାଇଁ ଲକଡାଉନ ଏକ ଭୟାନକ ସ୍ବପ୍ନ ଭଳି।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.