ETV Bharat / sitara

ତାପସୀଙ୍କ ସମର୍ଥନରେ ସୋନାକ୍ଷୀ, କଙ୍ଗନାଙ୍କୁ ଶୁଣାଇଲେ ଏମିତି କିଛି

author img

By

Published : Jul 20, 2020, 10:43 PM IST

ପୁଣି ଚର୍ଚ୍ଚାରେ ଦବଙ୍ଗ ଗାର୍ଲ ସୋନାକ୍ଷୀ। ଏଥର ସେ ସୋସିଆଲ ମିଡିଆରେ କଙ୍ଗନାଙ୍କୁ ଜବାବ ଦେଇ ତାପସୀଙ୍କୁ ସମର୍ଥନ କରିଛନ୍ତି।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ବଲିଉଡ ଉପରେ ଅନେକ ପରିବାରବାଦ, ଗୋଷ୍ଠୀବାଦ ଭଳି ଅଭିଯୋଗ ଲଗାଇଛନ୍ତି। ବି-ଟାଉନର କୁଇନ କଙ୍ଗନା ରଣାୱତ ମଧ୍ୟ ସୋସିଆଲ ମିଡିଆରେ ଅନେକ ସେଲିବ୍ରିଟିଙ୍କୁ ଟାର୍ଗେଟ କରିସାରିଲେଣି। ସୋନମ କପୁର, ସୋନାକ୍ଷୀ ସିହ୍ନା, କରନ ଜୋହର, ମହେଶ ଭଟ୍ଟ, ତାପସୀ ପନ୍ନୁ ଓ ସ୍ବରା ଭାସ୍କର ଉପରେ ଉପରେ କଡା ଅଭିଯୋଗ ଲଗାଇଛନ୍ତି କଙ୍ଗନା। ଇତିମଧ୍ୟରେ ସୋନାକ୍ଷୀ, ତାପସୀଙ୍କୁ ସମର୍ଥନ କରି କଙ୍ଗନାଙ୍କୁ କଡା ଜବାବ ଦେଇଛନ୍ତି ।

ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଲେଖିଛନ୍ତି, ‘ଆପଣଙ୍କ ଉପରେ ଗର୍ବ ଅନୁଭବ ହେଉଛି ତାପସୀ । ଯେଉଁ ସାହସ ସଚ୍ଚୋଟପଣରେ ଆପଣ ଜବାବ ଦେଇଛ ତାହା ପାଇଁ ଲୋକଙ୍କ ହୃଦୟରେ ଆପଣଙ୍କ ପାଇଁ ଆହୁରି ସମ୍ମାନ ବଢିଯାଇଛି । ୟାହା ଆପଣଙ୍କୁ ଆହୁରି ଶକ୍ତି ଯୋଗାଇବ।’

ପ୍ରକାଶ ଥାଉକି ନିକଟରେ କଙ୍ଗନା ଏକ ସାକ୍ଷାତକାରରେ ସୁଶାନ୍ତଙ୍କ ମାମଲାରେ ବୟାନ ଦେଇଥିଲେ । ଯେଉଁଥିରେ ସେ ବଲିଉଡର ଅନେକ ସେଲିବ୍ରିଟିଙ୍କ ଉପରେ ଅଭିଯୋଗ ଲଗାଇଥିଲେ । ସେ ତାପସୀଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି କହିଥିଲେ ଯେ ତାଙ୍କୁ ଯଦି ଏତେ କରନ ପସନ୍ଦ ତେବେ ଏଯାବତ ସେ ବି ଗ୍ରେଡ ଅଭିନେତ୍ରୀ କାହିଁକି ଅଛନ୍ତି ? ଏହାସହ ସେ ସ୍ବରାଙ୍କୁ ମଧ୍ୟ ଟାର୍ଗେଟ କରି ଅନେକ କଥା କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.