ହାଇଦ୍ରାବାଦ: ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କୁ ସମର୍ଥନ ଓ ସଲମାନଙ୍କୁ ଟ୍ରୋଲ କରି ଅଡୁଆରେ ପଡିଯାଇଛନ୍ତି ସୋନା ମହାପାତ୍ର । ଶେଷରେ ସୋନାଙ୍କୁ ଆସିଛି ହତ୍ୟା ଧମକ । ସଲମାନଙ୍କ ଫ୍ୟାନ୍ସ ସୋନାଙ୍କୁ ଦେଇଛନ୍ତି ଧମକ ।
ନିକଟରେ ପ୍ରିୟଙ୍କା ଭାରତ ଫିଲ୍ମରୁ ବ୍ୟାକଆଉଟ କରିଥିବା କଥା କହିଥିଲେ ସଲମାନ ଓ ଏହାସହ ପ୍ରତି ଫିଲ୍ମ ପ୍ରମୋଶନରେ ପ୍ରିୟଙ୍କାଙ୍କୁ ଶୁଣେଇବା ପାଇଁ ଗୋଟେ ବି ମଉକା ଛାଡିନଥିଲେ ସଲମାନ । ବିବାହ ପାଇଁ ପ୍ରିୟଙ୍କା ଜୀବନର ସବୁଠୁ ବଡ ଫିଲ୍ମ ଛାଡିଥିଲେ ବୋଲି କହିଥିଲେ ସଲମାନ ।
ତେବେ ଏନେଇ ସୋନା ମହାପାତ୍ର ସଲମାନଙ୍କୁ ଟାର୍ଗେଟ କରି କହିଥିଲେ ଅନେକ କଥା । ଏହାପରେ ଆରମ୍ଭ ହୋଇଯାଇଥିଲା ସୋନା ଓ ସଲମାନ ଫ୍ୟାନ୍ସଙ୍କ ଭିତରେ ଟ୍ବିଟର ଯୁଦ୍ଧ । ତେବେ ଏତିକିରେ ଫ୍ୟାନ୍ସଙ୍କ ରାଗ ଶାନ୍ତ ହୋଇନଥିଲା ଶେଷରେ ସୋନାଙ୍କୁ ମିଳିଛି ହତ୍ୟା ଧମକ । ସୋନା ଏନେଇ ଏକ ପୋଷ୍ଟ କରିବା ସହ ପରିବାର ବି ଏଥିରେ ଅସୁବିଧାର ସାମ୍ନା କରୁଛନ୍ତି ବୋଲି କହିଛନ୍ତି ସୋନା ।